
କେନ୍ଦ୍ରାପଡ଼ା,୧୯ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଆୟବା ପ୍ରାଥମିକ କୃଷି ସମବାୟ ସମିତିରେ ଟାର୍ଗେଟ୍ ନଥିବାରୁ ୫୦୦ରୁ ଉର୍ଦ୍ଧ୍ୱ ଚାଷୀ ସେମାନଙ୍କର ଧାନ ଏପର୍ଯ୍ୟନ୍ତ ବିକ୍ରି କରିପାରି ନାହାଁନ୍ତି। ଆୟବା ସମିତିରେ ମୋଟ୍ ୧୪୨୨ଜଣ ଚାଷୀ ପଞ୍ଜିକରଣ କରିଥିବାବେଳେ ଏମାନଙ୍କ ମଧ୍ୟରୁ ୬୦୦ ଜଣ ଚାଷୀ ସେମାନଙ୍କର ଧାନ ବିକ୍ରି କରିଛନ୍ତି। ବିଭାଗୀୟ ଅଧିକାରୀ ୩୧୪୦୦ ଟାର୍ଗେଟ୍ ଦେଇଛନ୍ତି। ୧୫ ହଜାର ୪୮ କ୍ୱିଂଟାଲ ଧାନ ବିକ୍ରି କରିବାକୁ ବାକିଅଛି। ୨୭୬ ଜଣ ଚାଷୀଙ୍କୁ ଟୋକନ ଦିଆଯାଇଛି। ମଣ୍ଡିରେ ୭ ହଜାର କ୍ୱିଂଟାଲ ଧାନ ପଡ଼ି ରହିଥିବାବେଳେ ମିଲରମାନେ ଏହାକୁ ଉଠାଉ ନହାଁନ୍ତି। ଧାନ ବିକ୍ରି କରିପାରି ନଥିବା ଶତାଧିକ ଚାଷୀ ସମିତିର ସଭାପତି ଅଯୋଧ୍ୟାନାଥ ବିଶ୍ୱାଳଙ୍କ ନେୃତ୍ୱରେ ଆଜି ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲିକ ଓ ଜିଲ୍ଲା ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀଙ୍କୁ ଭେଟି ତୁରନ୍ତ ଟାର୍ଗେଟ୍ ଦେବାପାଇଁ ଧାବି ରିବା ସହିତ ମିଲର ମାନଙ୍କୁ ମଣ୍ଡିରୁ ଧାନ ଉଠାଇବା ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ବିଜୟ କୁମାର ସ୍ୱାଇଁ, ସୁକାନ୍ତ କୁମାର ପ୍ରଧାନ, ରମେଶ ଚନ୍ଦ୍ର ରାଉତ, ଅଜୟ ନାୟକ, ରମେଶ ଚନ୍ଦ୍ର ଦାସ, ଅଜୟ କୁମାର ସ୍ୱାଇଁ, ଅଭୟ କୁମାର ସ୍ୱାଇଁ, ବିଭୂତି ଭୂଷଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି