ସୁବାସିନୀ ଜେନାଙ୍କ ବାସଭବନ ଘେରିଲା ମହିଳା ବିଜେଡି
ଭୁବନେଶ୍ୱର, ୧୯ ମାର୍ଚ୍ଚ (ହି.ସ.) - ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କୁ ବିରୋଧ କରି ତାଙ୍କ ବାସଭବନ ସମ୍ମୁଖରେ ଗର୍ଜିଛି ବିଜେଡ଼ି। ବିଜୁ ମହିଳା ଜନତା ଦଳର ସଭା ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି ନେତ୍ରୀ ସୁବାସିନୀ ଜେନାଙ୍କ ବାସଭବନ ଘେରିଛନ୍ତି। ସୁବାସିନୀ ବିଜେଡ଼ି
ସୁବାସିନୀ ଜେନାଙ୍କ ବାସଭବନ ଘେରିଲା ମହିଳା ବିଜେଡି


ଭୁବନେଶ୍ୱର, ୧୯ ମାର୍ଚ୍ଚ (ହି.ସ.) - ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କୁ ବିରୋଧ କରି ତାଙ୍କ ବାସଭବନ ସମ୍ମୁଖରେ ଗର୍ଜିଛି ବିଜେଡ଼ି। ବିଜୁ ମହିଳା ଜନତା ଦଳର ସଭା ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି ନେତ୍ରୀ ସୁବାସିନୀ ଜେନାଙ୍କ ବାସଭବନ ଘେରିଛନ୍ତି। ସୁବାସିନୀ ବିଜେଡ଼ି ସହିତ ବେଇମାନି କରିଛନ୍ତି, ଇସ୍ତଫା ଦେଇ ପୁଣି ନିର୍ବାଚନକୁ ଆସିବାକୁ ଦଳ ଆହ୍ୱାନ କରିଛି। ଏଥିସହିତ ଉପସ୍ଥିତ ବିଜୁ ମହିଳା ଜନତା ଦଳର ସଦସ୍ୟା ବିଜେପି ନେତା ରବୀନ୍ଦ୍ର ଜେନା ଓ ତାଙ୍କ ପତ୍ନୀ ସୁବାସିନୀ ଜେନାଙ୍କ କୁଶ ପୁତଳିକା ଦାହ କରିଛନ୍ତି। ପ୍ରତିକ୍ରିୟାରେ ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ସୁବାସିନୀ ବିଜେଡ଼ି ଟିକେଟରୁ ଲଢି ଜିତିଲେ କିନ୍ତୁ ଦଳକୁ ଧୋକା ଦେଇଛନ୍ତି। ସାମ୍ବିଧାନିକ ନିୟମ ଅନୁଯାୟୀ ତାଙ୍କ ସଭ୍ୟ ପଦ ରଦ୍ଦ ହେଉ। ନିର୍ମାଲ୍ୟ ଛୁଇଁ ଶପଥ କଲେ କିନ୍ତୁ ଶେଷ ମୁହୂର୍ତରେ ସେ ୧୫ କୋଟି ଟଙ୍କା ନେଇ କ୍ରସ ଭୋଟ କରିଛନ୍ତି। ସ୍ୱାମୀ ତଥା ପୂର୍ବତନ ସାଂସଦ ରବିନ୍ଦ ଜେନାଙ୍କ ନାମରେ ଥିବା ଅପରାଧିକ ମାମଲା ଲୁଚାଇବାକୁ ସେ ଏପରି କରିଛନ୍ତି। ଖୁବଶୀଘ୍ର ବିଜେଡ଼ି ବି ତାଙ୍କ ଉପରେ ଆକସନ ନେବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande