
ଗଞ୍ଜାମ, ୧୯ ମାର୍ଚ୍ଚ (ହି.ସ.)- ବ୍ରହ୍ମପୁରବାସୀଙ୍କ ନିକଟରେ ସ୍ବଚ୍ଛତା ସମ୍ପର୍କିତ ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପକ୍ଷରୁ ଆୟୋଜିତ ହୋଇଥିଲା 'ବାଘ ଭାଇନାଙ୍କ ସ୍ବଚ୍ଛତା ଓ୍ବାକ୍' । ମାନନୀୟ ଡେପୁଟୀ ମେୟର, କର୍ପୋରେଟର, ମହାନଗର ନିଗମ ଆୟୁକ୍ତ ଏବଂ ଅନ୍ୟାନ୍ୟ ପଦାଧିକାରୀ ଓ କର୍ମଚାରୀବୃନ୍ଦ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଇଏମସି କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇଥିବା ଏହି ସ୍ବଚ୍ଛତା ଓ୍ବାକ୍ ରେ ଆମ ସମସ୍ତଙ୍କ ପ୍ରିୟ 'ବାଘ ଭାଇନା'ଙ୍କ ସହ ପାଦ ମିଶାଇଥିଲେ ଶତାଧିକ ଉତ୍ସାହୀ ବ୍ରହ୍ମପୁରବାସୀ। ସହରର ସ୍ୱଚ୍ଛତାକୁ ଏକ ଜନ-ଆନ୍ଦୋଳନରେ ପରିଣତ କରିବା ଏବଂ ସ୍ୱଚ୍ଛ ସର୍ବେକ୍ଷଣରେ ବ୍ରହ୍ମପୁରକୁ ଶ୍ରେଷ୍ଠ ସ୍ଥାନରେ ପହଞ୍ଚାଇବା ପାଇଁ ବାଘ ଭାଇନା ସମସ୍ତଙ୍କୁ ଓଦା ଓ ଶୁଖିଲା ଅଳିଆ ପୃଥକୀକରଣ ଏବଂ ପ୍ଲାଷ୍ଟିକ ବର୍ଜନ, ସେପ୍ଟିକ୍ ଟାଙ୍କିର ସଫେଇ ନିମନ୍ତେ ୧୪୪୨୦ର ବ୍ୟବହାର ସମ୍ପର୍କରେ ସଚେତନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ