
ନୂଆପଡ଼ା, ୧୯ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଲୋକଦୃଷ୍ଟି କଲେଜ ଅଫ୍ ଏଡଭାନ୍ସଡ ଟେକ୍ନୋଲୋଜି ସଭାଗୃହରେ କବି ଅବକାଶ ନାରାୟଣ ପଣ୍ଡାଙ୍କ ପ୍ରଥମ ପୁସ୍ତକ ଏଇତ ଜୀବନ କବିତା ସଙ୍କଳନ ଆଜି ଲୋକାର୍ପିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ସଭାପତି ଭାବରେ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରାକ୍ତନ ସଦସ୍ୟ ଡକ୍ଟର ସୁଶାନ୍ତ କୁମାର ବିଶି, ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ୍ ବଳଭଦ୍ର ମହାନ୍ତି, ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ କବି ନୀଳଲୋହିତ ସିଂହ ଦେବ ଯୋଗ ଦେଇଥିଲେ। ଅଧ୍ଯାପିକା ଗୀତାଶ୍ରୀ ପ୍ରିୟମ୍ବଦା ଓ ପିଏମ୍ ଶ୍ରୀ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା ଗାଳ୍ପିକ ଗୌରାଙ୍ଗ କୁମାର ସାହୁ ପୁସ୍ତକ ସମୀକ୍ଷା କରିଥିଲେ । ଶିକ୍ଷାବିତ୍ ଆଦିତ୍ୟ ନାରାୟଣ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବି ଉପେନ୍ଦ୍ର କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରାରମ୍ଭରେ ଇଂ. ଅମୋଘ ନାରାୟଣ ପଣ୍ଡା ବେଦ ପାଠ କରିଥିବା ବେଳେ କବି ସନାତନ ମହାନ୍ତି ମନ୍ତ୍ରୋଚ୍ଚାରଣ କରିଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀ, ପ୍ରାଧ୍ୟାପକ ସାମୁଏଲ ଦାନୀ ଓ କବୟିତ୍ରୀ ପ୍ରଭାସିନୀ ଯୋଷୀ କବି ଅବକାଶ ନାରାୟଣ ପଣ୍ଡାଙ୍କ ସାହିତ୍ଯିକ ଜୀବନ ଉପରେ ଆଲୋକପାତ କରିଥିଲେ । ସମାରୋହରେ ସାହିତ୍ଯିକ ତଥା ବୁଦ୍ଧିଜୀବୀ ମାନେ ଯୋଗଦେଇ ଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ