ଧାମରାରେ ଜଙ୍ଗଲ ପରିବେଶ ଓ ଜଳବାୟୁ ବିଭାଗ ତରଫରୁ ଡଲଫିନ ଏବଂ କଇଁଛ ସୁରକ୍ଷା ସଚେତନତା ଶିବିର
ଭଦ୍ରକ, ୧୯ ମାର୍ଚ୍ଚ (ହି.ସ.) - ଏସିଆର ଦ୍ୱିତୀୟ ବୃହତମ ବନ୍ଦର ଧାମରା ନଦୀ ମୁହାଣରେ ନୂତନ ଭାବେ ଦୀର୍ଘ ୫ବର୍ଷ ହେବ ଦେଖା ଦେଇଥିବା ବିରଳ ପ୍ରଜାତିର ବଟଲ ନୋଜ ଇରଓାଡି ଡଲଫିନ ଏବଂ ଅଲିଭ ରିଡଲେ କଇଁଛ ମାନଙ୍କ ସୁରକ୍ଷା ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ସଚେତନତା ସଭା ଆରମ୍ଭ ପୂର
DHAMARA JANGAL PARIBESA


ଭଦ୍ରକ, ୧୯ ମାର୍ଚ୍ଚ (ହି.ସ.) - ଏସିଆର ଦ୍ୱିତୀୟ ବୃହତମ ବନ୍ଦର ଧାମରା ନଦୀ ମୁହାଣରେ ନୂତନ ଭାବେ ଦୀର୍ଘ ୫ବର୍ଷ ହେବ ଦେଖା ଦେଇଥିବା ବିରଳ ପ୍ରଜାତିର ବଟଲ ନୋଜ ଇରଓାଡି ଡଲଫିନ ଏବଂ ଅଲିଭ ରିଡଲେ କଇଁଛ ମାନଙ୍କ ସୁରକ୍ଷା ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ସଚେତନତା ସଭା ଆରମ୍ଭ ପୂର୍ବରୁ ଧାମରାଇ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏକ ଚନ୍ଦନୀପାଳ ବେଳାଭୂମି ରୁ ଏକ ଗଣ ଦୌଡ ଆରମ୍ଭ କରି ଆସି ଧାମରାଇ ମନ୍ଦିର ନିକଟରେ ପଂହଚିବା ପରେ ସଚେତନତା ଶିବିରର ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସଭାରେ ଚାନ୍ଦବାଲି ଏସିଏଫ ସୁମିତ ମହାନ୍ତି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସେଂଚୁରିଆନ ୟୁନିଭରସିଟିର ରିସର୍ଚ ଫେଲୋ ଜୀବନ ଜ୍ୟୋତି ସୁନ୍ଦରାୟ ସମ୍ମାନୀତ ବକ୍ତା ଭାବେ ଏଡିଏଫ ମେରାଇନ ସନ୍ଦୀପ କୁମାର ବେହେରା, ଭଦ୍ରକ ଡିଏଫଓ ସୌଭାଗ୍ୟ କୁମାର ବେହେରା,ସମ୍ମାନୀତ ଅତିଥି ଭାବେ ଧାମରା ସାମୁଦ୍ରିକ ଥାନାର ଥାନାଧିକାରିଣୀ ପ୍ରିୟଦର୍ଶନୀ ଖଟୁଆ, ଚାନ୍ଦବାଲି ରେଞ୍ଜର କାର୍ତିକେଶ୍ୱର ଖଣ୍ଡେଇ, ବାସୁଦେବପୁର ରେଞ୍ଜର ଅତୁଲ୍ୟ କୁମାର ମହାନ୍ତି,ଧାମରା ବନପାଳ କୁମୁଦ ସାହୁ ନିଜ ନିଜର ବକ୍ତବ୍ୟରେ ପରିବେଶର ସଚେତନତା ପାଇଁ କିପରି ଅଲିଭ ରିଡଲେ , ଡଲଫିନ ଭଳି ସ୍ତନପାୟୀ ପ୍ରାଣୀ ମାନଙ୍କ ଅବଦାନ ଏବଂ ସେମାନଙ୍କ ସୁରକ୍ଷା ଓ ଜୈବ ବିବିଦ୍ଧତା ଉପରେ ଆଲୋକପାତ କରିଥିବା ବେଳେ ସୂକ୍ଷ୍ମାତିସୂକ୍ଷ୍ମ ଜଳବାୟୁକୁ ସୁଦୃଢୀ କରିବା , ପରିବେଶ ପରିଚାଳନା ଏବଂ ସଂରକ୍ଷଣ ପାଇଁ ସ୍ଥାନୀୟ ମତ୍ସ୍ୟଜିବୀ ଏବଂ ଛାତ୍ରଛାତ୍ରୀ ମାନଙ୍କ ଯୋଗଦାନ ଉପରେ ଆଲୋକପାତ କରିଥିଲେ। ଏସିଆର ସର୍ବବୃହତ ଲବଣାକ୍ତ ହ୍ରଦ ଚିଲିକା ଏବଂ ଧାମରା ଅଂଚଳରେ ଇରଓାଡି ପ୍ରଜାତିର ଡଲଫିନ ଏବଂ ଅଲିଭରିଡଲେ କଇଁଛ ମାନଙ୍କ ସୁରକ୍ଷା ଏବଂ ବଂଶ ବୃଦ୍ଧି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଆଜି ହୋଇଥିବା ଗଣଦୌଡ ଏବଂ ସଚେତନତା ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ କୁମୁଦ ସାହୁ, ପ୍ରଶାନ୍ତ ସାହୁ, ସୂର୍ଯ୍ୟକାନ୍ତ ପଣ୍ଡା, କୃଷ୍ନ ବାସ୍କେ, ସନ୍ତୋଷ ମାଝୀ, ପ୍ରତିରାଣୀ ଦାସ, ରଶ୍ମିତା ସାହୁ, ନକୁଳ ବାରି. ପରିବେଶ ବିତ ଶରତ ଦଳେଇ, ଧାମରାଇ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ଥାନୀୟ ବୁଦ୍ଧିଜିବୀ ଅଂଶ ଗ୍ରହଣ କରିଥିଲେ। ଶେଷରେ ଏସିଏଫ ସୁମିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande