ବଲାଙ୍ଗୀର ମ୍ୟୁନିସିପାଲିଟିରେ ଏଲ୍ ପି ଜି ସିଲିଣ୍ଡର ଅବୈଧ ବ୍ୟବହାର ବିରୋଧରେ ଏନଫୋର୍ସମେଣ୍ଟ କାର୍ଯ୍ୟ
ବଲାଙ୍ଗିର, 19 ମାର୍ଚ୍ଚ (ହି.ସ.) ଘରୋଇ ଏଲପିଜି ସିଲିଣ୍ଡରର ବ୍ୟବସାୟିକ ଅବୈଧ ବ୍ୟବହାରକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶରେ ଏକ ବିଶେଷ ଏନଫୋର୍ସମେଣ୍ଟ ଦଳ ଆଜି ବଲାଙ୍ଗୀର ମ୍ୟୁନିସିପାଲିଟି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଅତିରିକ୍ତ ଯୋ
ବଲାଙ୍ଗୀର ମ୍ୟୁନିସିପାଲିଟିରେ ଏଲ୍ ପି ଜି ସିଲିଣ୍ଡର ଅବୈଧ ବ୍ୟବହାର ବିରୋଧରେ ଏନଫୋର୍ସମେଣ୍ଟ କାର୍ଯ୍ୟ


ବଲାଙ୍ଗୀର ମ୍ୟୁନିସିପାଲିଟିରେ ଏଲ୍ ପି ଜି ସିଲିଣ୍ଡର ଅବୈଧ ବ୍ୟବହାର ବିରୋଧରେ ଏନଫୋର୍ସମେଣ୍ଟ କାର୍ଯ୍ୟ


ବଲାଙ୍ଗୀର ମ୍ୟୁନିସିପାଲିଟିରେ ଏଲ୍ ପି ଜି ସିଲିଣ୍ଡର ଅବୈଧ ବ୍ୟବହାର ବିରୋଧରେ ଏନଫୋର୍ସମେଣ୍ଟ କାର୍ଯ୍ୟ


ବଲାଙ୍ଗିର, 19 ମାର୍ଚ୍ଚ (ହି.ସ.)

ଘରୋଇ ଏଲପିଜି ସିଲିଣ୍ଡରର ବ୍ୟବସାୟିକ ଅବୈଧ ବ୍ୟବହାରକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶରେ ଏକ ବିଶେଷ ଏନଫୋର୍ସମେଣ୍ଟ ଦଳ ଆଜି ବଲାଙ୍ଗୀର ମ୍ୟୁନିସିପାଲିଟି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଅତିରିକ୍ତ ଯୋଗାଣ ଅଧିକାରୀ ପୁଷ୍ପଲତା ଦାସ, ସହାୟକ ଯୋଗାଣ ଅଧିକାରୀ (ସଦର) ଶରତ ଚନ୍ଦ୍ର ରାଉତ, ସହାୟକ ଯୋଗାଣ ଅଧିକାରୀ (ସଦର ମହକୁମା) ପୀତବାସ ମଲ୍ଲିକ, ଯୋଗାଣ ନିରୀକ୍ଷକ ଦେଓଗାଁ, ବିଶ୍ଵଜିତ ରାଉତ, ଯୋଗାଣ ନିରୀକ୍ଷକ, ଗୁଡଭେଲା, ଦିବ୍ୟଶକ୍ତି ବେହେରା, ଯୋଗାଣ ନିରୀକ୍ଷକ ପୁଇଁନ୍ତଲା ତାପସ ତ୍ରିପାଠୀ,ଏମଆଇଆଇ ବଲାଙ୍ଗୀର ଜ୍ୟୋତି ପ୍ରକାଶ ଦାସଙ୍କୁ ନେଇ ଗଠିତ ଏହି ଦଳ ସକାଳ ୯ଟାରୁ ଯାଞ୍ଚ ଆରମ୍ଭ କରିଥିଲା । ଯାଞ୍ଚ ସମୟରେ ହୋଟେଲ ବ୍ଲୁ ଲାଗୁନରୁ ୫ଟି ଘରୋଇ ଏଲପିଜି ସିଲିଣ୍ଡର (୨ଟି ଅଧା ପୂର୍ଣ୍ଣ ଏବଂ ୩ଟି ଖାଲି) ଜବତ ହୋଇଥିଲା । ଏହି ମାମଲାର ତଦନ୍ତକାରୀ ଅଧିକାରୀ ଭାବେ ଗୁଡଭେଲାର ଯୋଗାଣ ନିରୀକ୍ଷକ ଥିଲେ । ସେହିପରି, କ୍ଲାସିକ୍ ହୋଟେଲରୁ ୩ଟି ଏଲପିଜି ସିଲିଣ୍ଡର (ଗୋଟିଏ ପୂର୍ଣ୍ଣ, ଗୋଟିଏ ଅଧା ପୂର୍ଣ୍ଣ ଏବଂ ଗୋଟିଏ ଖାଲି) ଜବତ କରାଯାଇଥିଲା। ଏହି ମାମଲାର ତଦନ୍ତକାରୀ ଅଧିକାରୀ ଭାବେ ବଲାଙ୍ଗୀର ମ୍ୟୁନିସିପାଲିଟିର ଯୋଗାଣ ନିରୀକ୍ଷକ ଥିଲେ । ଜବତ ସିଲିଣ୍ଡରଗୁଡିକୁ ଆଗାମୀ ତଦନ୍ତ ପାଇଁ ସମ୍ବନ୍ଧିତ ତଦନ୍ତକାରୀ ଅଧିକାରୀଙ୍କ ନିୟନ୍ତ୍ରଣରେ ରଖାଯାଇଛି । ଜିଲ୍ଲା ପ୍ରଶାସନ ସଚେତନ କରିଛି ଯେ, ଘରୋଇ ଏଲପିଜି ସିଲିଣ୍ଡରକୁ ବ୍ୟବସାୟିକ କାର୍ଯ୍ୟରେ ବ୍ୟବହାର କରାଗଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande