
ଭଦ୍ରକ, ୧୯ ମାର୍ଚ୍ଚ (ହି.ସ.) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥର ପାଳଦାବାଙ୍କ ଚକବନ୍ଦୀ କାର୍ଯ୍ୟାଳୟ ନିକଟରେ ଆଜି ସକାଳ ୬ ଘଟିକା ସମୟରେ ଏକ ଗୋରୁ ବୋଝେଇ ଗାଡିକୁ ପୁଲିସ୍ ଜବତ କରିଛି। ଏହି ବେଆଇନ୍ ଗୋରୁ ପରିବହନ ହେଉଥିବାର ସୂଚନା ପାଇ ପାଟ୍ରୋଲିଂ ପୁଲିସ୍ ହାତରେ ଧରାପଡିଛି ଏହି ଗୋରୁ ଗାଡି। ଏହାର ଚାଳକ ଫେରାର ହୋଇଯାଇଥିବାବେଳେ ଉକ୍ତ ଗାଡିରେ ଅତ୍ୟନ୍ତ ଅମାନୁଷିକ ଭାବେ ପରିବହନ ହେଉଥିବା ୩ଟି ଗୋରୁକୁ ବାସୁଦେବପୁର ଚାନ୍ଦିମାଳ ଗୋଶାଳାକୁ ପଠାଯାଇଥିବାର ଜଣାପଡିଛି। ଏଥିନେଇ ସ୍ଥାନୀୟ ଥାନାରେ ୧୩୫/୨୬ ମୂଳେ ଏକ ମାମଲା ରୁଜୁ ହୋଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ