ଗଙ୍ଗାଧର ମେହେରଙ୍କ ମହାବିଶ୍ରାମ ଦିବସ ପାଳିତ
ଭୁବନେଶ୍ୱର, ୧୯ ମାର୍ଚ୍ଚ (ହି.ସ.) - ଚୈତ୍ର ଅମାବାସ୍ୟା ତିଥିରେ ଗଙ୍ଗାଧର ମେହେର ସ୍ମୃତି କମିଟି ଓ ଉତ୍କଳ ସମ୍ମିଳନୀ ପକ୍ଷରୁ ମିଳିତ ଭାବେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୦୨ ତମ ମହାବିଶ୍ରାମ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ସ୍ମୃତି କମିଟିର ଉପଦେଷ୍ଟା ନରେନ୍ଦ୍ର କୁମାର ମିଶ୍ର, ଶ୍ରମ କ
fghsth


ଭୁବନେଶ୍ୱର, ୧୯ ମାର୍ଚ୍ଚ (ହି.ସ.) - ଚୈତ୍ର ଅମାବାସ୍ୟା ତିଥିରେ ଗଙ୍ଗାଧର ମେହେର ସ୍ମୃତି କମିଟି ଓ ଉତ୍କଳ ସମ୍ମିଳନୀ ପକ୍ଷରୁ ମିଳିତ ଭାବେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୦୨ ତମ ମହାବିଶ୍ରାମ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ସ୍ମୃତି କମିଟିର ଉପଦେଷ୍ଟା ନରେନ୍ଦ୍ର କୁମାର ମିଶ୍ର, ଶ୍ରମ କମିସନର ଇନ୍ଦ୍ରମଣି ତ୍ରିପାଠୀ, ଶୁକଦେବ ମେହେର ଓ ଗୋପାଳ କୃଷ୍ଣ ମହାପାତ୍ର ଅତିଥୀ ଭାବେ ଯୋଗ ଦେଇ ସ୍ଥାନୀୟ ଗଙ୍ଗାଧର

ମେହେର ମାର୍ଗ (କଳିଙ୍ଗ ଡାକ୍ତରଖାନା ଛକ) ରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଗଙ୍ଗାଧର ମେହେର ସ୍ମୃତି କମିଟିର ସମ୍ପାଦକ ତଥା ଉତ୍କଳ ସମ୍ମିଳନୀର ସାଧାରଣ ସମ୍ପାଦକ ଅଧିବକ୍ତା ଦିଲ୍ଲୀପ

ଦାଶଶର୍ମାଙ୍କ ସଭାପତିତ୍ୱ ଅନୁଷ୍ଠିତ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଭୁଲିଆ ମେହେର ସମାଜର ସଭାପତି ଆଶୁତୋଷ ମେହେର, ଆଲୋକ ମହାନ୍ତି ଓ ସାମ୍ବାଦିକ ସୁଶୀଲ କୁମାର ବାଗ ପ୍ରମୁଖବରପୁତ୍ରଙ୍କ ଜୟଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ମୃତି କମିଟିର କୋଷାଧକ୍ଷା ଗୀତା ମେହେର, ଉତ୍କଳ ସମ୍ମିଳନୀର ମେଂଚଶ୍ୱର ଶିଳ୍ପାଂଚଳ ଯୁଗ୍ମ-ସମ୍ପାଦକ ଶିଧାର୍ଥ ଶଙ୍କର ଗଡନାୟକ, ବାସନ୍ତୀ ତ୍ରିପାଠୀ, ସ୍ମୃତି କମିଟିର କାର୍ଯ୍ୟାଳୟ ସମ୍ପାଦକ ସମୀର ମେହେର ପ୍ରମୁଖ ଉପସ୍ଥିତ ରହିବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ବରପୁତ୍ରଙ୍କ ଦାୟଦ ତଥା ଗଙ୍ଗାଧର ପ୍ରତିଷ୍ଠାନର ଅଧକ୍ଷ ମିହିର ମେହେର ଧନ୍ୟବାଦ ପ୍ରଦାନ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande