
ଭୁବନେଶ୍ୱର, ୧୯ ମାର୍ଚ୍ଚ (ହି.ସ.) - ବିଶ୍ୱରେ ହିନ୍ଦୁମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ସନାତନ ସଂସ୍କୃତିର ପ୍ରଚାର-ପ୍ରସାର ଏବଂ ଯୁଦ୍ଧର ବିଭୀଷିକାରେ ଆତଙ୍କିତ ବା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଭାରତକୁ ସାମ୍ବିଧାନିକ ଭାବେ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବା ଦାବିରେ ରାଜଧାନୀ ଭୁବନେଶ୍ୱରରେ ଏକ ସାଙ୍କେତିକ ହିନ୍ଦୁ ରାଷ୍ଟ୍ର ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଆୟୋଜନ ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନର ପ୍ରଚେଷ୍ଟାରେ ସମ୍ପନ୍ନ ହୋଇଥିବା ବେଳେ ଏଥିରେ ବିଭିନ୍ନ ସାମାଜିକ ଓ ଧାର୍ମିକ ସଂଗଠନର ପ୍ରତିନିଧିମାନେ ଯୋଗଦାନ କରିଥିଲେ।ଏହି ମହାଯଜ୍ଞରେ ମୁଖ୍ୟ ଆବାହକ ଭାବରେ ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନର କେନ୍ଦ୍ରୀୟ ପ୍ରକୋଷ୍ଠ ଉପାଧ୍ୟକ୍ଷ ଜେନେରାଲ ଦୀନବନ୍ଧୁ ଷଡ଼ଙ୍ଗୀ ପୌରୋହିତ୍ୟ କରିଥିଲେ ଏବଂ ସମସ୍ତ କର୍ମକର୍ତା ଓ ଉପସ୍ଥିତ ଅତିଥ୍ୟାମାନଙ୍କୁ ସନାତନ ଧର୍ମର ମୂଲ୍ୟବୋଧ ଓ ଏହାର ଆଦର୍ଶ ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନର କେନ୍ଦ୍ରୀୟ ପ୍ରକୋଷ୍ଠ ଉପାଧ୍ୟକ୍ଷ ଜେନେରାଲ ଦୀନବନ୍ଧୁ ଷଡ଼ଙ୍ଗୀ କହିଛନ୍ତି,ସମଗ୍ର ବିଶ୍ୱ ଭାରତକୁ ହିନ୍ଦୁ ସଭ୍ୟତାର କେନ୍ଦ୍ର ଭାବେ ଦେଖୁଥିବା ସତ୍ୱେ ଭାରତର ସମ୍ବିଧାନ ଏହାକୁ ସେକୁଲାର୍ ରାଷ୍ଟ୍ର ଭାବେ ଘୋଷଣା କରିଛି। ତାଙ୍କ ମତରେ ଏହା ଭାରତର ଐତିହ୍ୟପୂର୍ଣ ସଂସ୍କୃତି ଓ ସନାତନ ପରମ୍ପରା ପ୍ରତି ଅନ୍ୟାୟ ଓ ଅପମାନ ସମାନ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା