ରାଷ୍ଟ୍ରୀୟ ନବବର୍ଷ ସ୍ୱାଗତ ଉତ୍ସବ ହିନ୍ଦୁ ଜାଗୃତି ମଂଚ
କେନ୍ଦୁଝର, ୧୯ ମାର୍ଚ୍ଚ (ହି.ସ.) - ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ରାଷ୍ଟ୍ରୀୟ ନବ ବର୍ଷକୁ ସ୍ୱାଗତ ଜଣାଇ କେନ୍ଦୁଝର କାଳୀ ପଡିଆ ଠାରେ ରାଷ୍ଟ୍ରୀୟ ନବବର୍ଷ ସ୍ୱାଗତ ଉତ୍ସବ ଖୁବ୍ ଧୁମ୍ ଧାମ ରେ ପାଳିତ।ହୋଇ ଯାଇଛି । ବରେଣ୍ୟ ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ଓ ସଙ୍ଗୀତ ଶିକ୍ଷାନୁଷ୍ଠାନ ସ୍ପିରିଯ
Hindu jagruti mancha


କେନ୍ଦୁଝର, ୧୯ ମାର୍ଚ୍ଚ (ହି.ସ.) - ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ରାଷ୍ଟ୍ରୀୟ ନବ ବର୍ଷକୁ ସ୍ୱାଗତ ଜଣାଇ କେନ୍ଦୁଝର କାଳୀ ପଡିଆ ଠାରେ ରାଷ୍ଟ୍ରୀୟ ନବବର୍ଷ ସ୍ୱାଗତ ଉତ୍ସବ ଖୁବ୍ ଧୁମ୍ ଧାମ ରେ ପାଳିତ।ହୋଇ ଯାଇଛି । ବରେଣ୍ୟ ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ଓ ସଙ୍ଗୀତ ଶିକ୍ଷାନୁଷ୍ଠାନ ସ୍ପିରିଯା, ଇନ୍ଦ୍ରଧନୁ, ଦ ବେଷ୍ଟ ଓ ପ୍ରହଲ୍ଲାଦ ଗୁରୁଜୀ ଙ୍କ ବିଦ୍ୟାର୍ଥୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବାୟୁସେନା ଅବସର ପ୍ରାପ୍ତ ଅଧିକାରୀ ତଥା ରାଷ୍ଟ୍ରୀୟ ସ୍ୱୟଂ ସଂଘ ପୂର୍ବତନ ଜିଲ୍ଲା ସଂଘ ଚାଳକ କୈଳାଶ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଜିଲ୍ଲା ବାନାଞ୍ଜଳ ଅଧିକାରୀ ଧନରାଜ୍ ଏଚ. ଡି. ଏହି ସମୟରେ ପ୍ରକୃତି କିପରି ନବବର୍ଷ କୁ ସ୍ୱାଗତ କରିବା ପାଇଁ ସଜ୍ଜିତ ହୋଇଥାଏ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ସ୍ୱାମୀ ରୁଦ୍ରବେଶାନନ୍ଦ ଗିରି ନବବର୍ଷର ମହତ୍ୱ ଓ ଆମ ସଂସ୍କୃତିକୁ ଆମେ ଭଲ ପାଇବା ସହିତ ଆମେ ସଂଗଠିତ ହୋଇ ରହିବା ବୋଲି ବକ୍ତବ୍ୟ ରଖିଥିଲେ । ହିନ୍ଦୁ ଜାଗୃତି ମଂଚ ପ୍ରାନ୍ତ ଉପଦେଷ୍ଟା ଦେବରାଜ ଆଚାର୍ଯ୍ୟ ଉପସ୍ଥିତ ଥିଲେ । ସହ ଜିଲ୍ଲା ସଂଯୋଜକ ନିରଞ୍ଜନ ପଳେଇ ଙ୍କ ଦ୍ୱାରା ବିବରଣୀ ପାଠ ହୋଇଥିଲା । ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ମଂଚାସୀନ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଓଡ଼ିଶା ଏବଂ ଓଡ଼ିଶା ବାହାରୁ ଆସିଥିବା ସୁନାମ ଧନ୍ୟ କଳାକାର ମାନଙ୍କ ସଙ୍ଗୀତରେ ହିନ୍ଦୁ ଯୁବକ ଓ ଯୁବତୀ ନାଚ ଗୀତରେ ନବବର୍ଷ କୁ ସ୍ୱାଗତ କରିଥିଲେ । ଅଭୀନାଶ ଦାସ ଧନ୍ୟବାଦ୍ ଅର୍ପଣ କରି ଥିଲେ । ଈଶ୍ୱର ପ୍ରଧାନ ନେତୃତ୍ୱରେ ଦୁର୍ଯ୍ୟୋଧନ ମହାନ୍ତ, ପ୍ରଣବ ବେହେରା,ବରଦା ପ୍ରସାଦ ସାହୁ, ମିଳନ ନାଏକ,ରାମଚନ୍ଦ୍ର ବିଶ୍ୱାଳ,ଦେବାଶିଷ ଗିରି, ସୁଶିଲ ନାଏକ,ପ୍ରବୀଣ ବୈଦ୍,ରକ୍ଷକର। ମହାନ୍ତ,ନୂତନ ଘଣା, ସୁମନ୍ତ ସୋରେନ, ସୁଧାଂଶୁ କର, ସଞ୍ଜୟ , ଆପଟ,ପ୍ରମୋଦ ରାମ, ବବିତା ରାମ, ମମତା ଜେନା,ଅଂଶୁମାନ ପ୍ରଧାନ, ଲବ୍ୟଲେନ୍ଦୁ ମହାନ୍ତ,ପ୍ରଦୀପ ସାହୁ,ଅମର ପଟ୍ଟନାୟକ, ଅଜିତ ମହାନ୍ତ,ସତ୍ୟପ୍ରିୟ ମହାନ୍ତ, ରମା ପାତ୍ର, ମନାଜ ମହାନ୍ତ,ଦୀପକ ମହାନ୍ତ, ହିନ୍ଦୁ ଜାଗୃତି ମଂଚର କାର୍ଯ୍ୟକର୍ତା କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande