କଦମପଡା ଶିଶୁମନ୍ଦିରରେ ନବବର୍ଷ “ବର୍ଷପ୍ରତିପଦା” ପାଳନ
ବଲାଙ୍ଗିର, ୧୯ ମାର୍ଚ୍ଚ (ହି.ସ.)- ଆଜି ବଲାଙ୍ଗୀରର କଦମପଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ନବବର୍ଷ ‘ବର୍ଷ ପ୍ରତିପଦା’ ବିଦ୍ୟାଳୟର ସଭାପତି ଡ. ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ବରେ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନର ଅଧ୍ୟାପକ ତରୁଣ କୁମାର
କଦମପଡା ଶିଶୁମନ୍ଦିରରେ  ନବବର୍ଷ “ବର୍ଷପ୍ରତିପଦା” ପାଳନ


କଦମପଡା ଶିଶୁମନ୍ଦିରରେ  ନବବର୍ଷ “ବର୍ଷପ୍ରତିପଦା” ପାଳନ


କଦମପଡା ଶିଶୁମନ୍ଦିରରେ  ନବବର୍ଷ “ବର୍ଷପ୍ରତିପଦା” ପାଳନ


ବଲାଙ୍ଗିର, ୧୯ ମାର୍ଚ୍ଚ (ହି.ସ.)-

ଆଜି ବଲାଙ୍ଗୀରର କଦମପଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ନବବର୍ଷ ‘ବର୍ଷ ପ୍ରତିପଦା’ ବିଦ୍ୟାଳୟର ସଭାପତି ଡ. ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ବରେ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନର ଅଧ୍ୟାପକ ତରୁଣ କୁମାର ମିଶ୍ର ଯୋଗ ଦେଇଥିଲେ । ପ୍ରଥମେ ଛାତ୍ରୀ ରୁଲୀ ପ୍ରଧାନ, ହର୍ଷିତା ସିଂ, ତୁଳସୀ ଦୀପ୍, ସାନଭି ବିଶ୍ବାଳ, ଶ୍ରୀତି ପ୍ରଧାନ, ଋତୁପର୍ଣ୍ଣା ରଣା ସମବେତ ସଙ୍ଗୀତ ଗାନ କରିଥିଲେ । ପ୍ରଥମେ ରା.ସ୍ବ,ସଂ.ର ପ୍ରତିଷ୍ଠାତା ଡଃ. କେଶବ ବଳିରାମ ହେଡଗେୱଆରଙ୍କ ଜନ୍ମଦିନ ଅବସରରେ “ଆଦ୍ୟ ସର ସଂଘ ଚାଳକ ପ୍ରଣାମ” ଦିଆଯାଇଥିଲା । ଅତିଥି ପରିଚୟ ପ୍ରଧାନ ଆଚାର୍ଯ୍ୟ ସନାତନ ମିଶ୍ର କରିଥିବା ବେଳେ ସଂଯୋଜନା ଛାତ୍ର ଇଚ୍ଛାମୟ ମିଶ୍ର ଓ କ୍ରୀଷ୍ଣାର୍ଜୁନ ବନଛୋର କରିଥିଲେ । ଶିଶୁ ବକ୍ତା ରୂପେ ଛାତ୍ରଛାତ୍ରୀ ଦେବପ୍ରକାଶ ସାହୁ, ଦେବାଶିଷ ମିଶ୍ର, ପବିତ୍ର ପାତ୍ର, ସ୍ବିକୃତିରାଣୀ କର୍ମୀ, ଆୟୁଷ୍ମାନ ପଟ୍ଟନାୟକ, ଆସ୍ତିକ ରଞ୍ଜନ ଭୋଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଗୁରୁଜୀ ବକ୍ତା ହରେରାମ ପଣ୍ଡା ରା.ସ୍ବ.ସଂର ପ୍ରତିଷ୍ଠାତା ଡକ୍ଟରଜୀଙ୍କ ଜୀବନୀ ଓ କାଳଗଣନାର ସମ୍ୟକ ଆଲୋଚନା କରିଥିଲେ ।ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ କହିଲେ ଯେ, ଆଜିର ଏହି ହିନ୍ଦୁ ନବବର୍ଷରେ ସଂକଳ୍ପ ନେବା ଯେପରି ନିଜ ଜୀବନ ରାଷ୍ଟ୍ରର ହିତରେ ବ୍ୟବହାର ହେବ ।ବିଦ୍ୟାଳୟର ସଭାପତି ନିଜ ଅଭିଭାଷଣ ଜ୍ଞାପନ କରିଥିଲେ ।

ଏହାପରେ ଗୁରୁମା ମମତା ଭୋଇଙ୍କ ନିର୍ଦ୍ଦେଶନାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରୀ ଅମିଷା ସାହୁ, ସୁପ୍ରିତି ସାହୁ ଓ ସୁସୋମ୍ୟା ମେହେର ନୃତ୍ୟ ପ୍ରଦର୍ଶନ କରିଥିଲେ । ଶେଷରେ ସମସ୍ତଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଅର୍ପଣ ବିଦ୍ୟାଳୟର ସଂପାଦକ ତରଣୀସେନ ପଟେଲ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande