


ସମ୍ବଲପୁର, ୧୯, ମାର୍ଚ୍ଚ (ହି.ସ.) - ସମ୍ବଲପୁର ସହର ଭୁତାପଡାସ୍ଥିତ ମାଁ ମଙ୍ଗଳାଙ୍କ ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜନୋତ୍ସବ ଅବସରରେ ଗୁରୁବାର ଚୈତ୍ର ମାସ ଅମାବାସ୍ୟା ତିଥିରେ କଳସାଧୀବାସ ଅନୁଷ୍ଠିତ ହୋଇଯାଇଛି ଓ ଏହି ଅବସରରେ ଆଜି ଅପରାହ୍ନ ୪ ଟା ସମୟରେ ଏହି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଓ ଏଥିରେ ସହରର ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ ଓ ସ୍ଥାନୀୟ ମହାନଦୀ ଘାଟରୁ ଜଳ ଆଣିବିଧି ମୁତାବକ ମଙ୍ଗଳାଙ୍କ ପୀଠେ ପୂଜନୋତ୍ସବ ଅନୁଷ୍ଠିତ ହୋଇଥିଲା ଓ କଲାସାଧିବାସ ପରେ ସନ୍ଧ୍ୟାରେ ମାଁ' ଙ୍କ ପ୍ରତିପଦା ବିହିତ ପୂଜା, ଚଣ୍ଡୀପାଠ, ହୋମ, ଆଳତୀ, ପୁଷ୍ପାଞ୍ଜଳି ଅନୁଷ୍ଠିତ ହୋଇଥିଲା ।
ଭୁତାପଡା ମଙ୍ଗଳା ମନ୍ଦିରର ପୂଜକ ମହେଶ୍ୱର ପଣ୍ଡା ଓ ପଣ୍ଡିତ ଆଦିତ୍ୟ ମିଶ୍ର ପୂଜା କାର୍ଯ୍ୟ କରିଥିଲେ ଓ ମଙ୍ଗଳା ମନ୍ଦିର କମିଟିର ରବୀନ୍ଦ୍ର ଜେନା, ରସାନନ୍ଦ ବେହେରା, ସୁଧାଂଶୁ ଶେଖର ମହାରଣା, ଅସିତ ବିଶ୍ୱାଳ, ବିରଂଚି ବେହେରା, ନିହାର କୁମାର ମାହାନା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ଓ ସମ୍ବଲପୁର ଧୂଚୁରାପଡ଼ା ନିବାସୀ ସରୋଜ ସାହୁ ଓ ସାଗରୀକା ସାହୁ ସପତ୍ନୀକ କର୍ତା ଦାୟିତ୍ୱ ନିର୍ବାହ କରୁଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ