
ରାଇରଙ୍ଗପୁର, ୧୯ ମାର୍ଚ୍ଚ (ହି.ସ.)- ଭୁବନେଶ୍ବର ବୁଲନଭାଇ ସେବା ସଦନ ଠାରେ ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ ଓଡିଶା ଶାଖାର ରାଜ୍ଯ କାର୍ଯ୍ଯକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ରାଜ୍ଯ ସଭାପତି ବିବିନ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ କେନ୍ଦ୍ରିୟ ସଂଗଠନ ମହାମନ୍ତ୍ରୀ ଶ୍ରୀକ୍ରିଷ୍ଣା ମୁରାରୀ ପର୍ଯ୍ଯବେକ୍ଷକ ଭାବେ ଯୋଗ ଦେଇଥିଲେ l ଆଗାମୀ ୩ ବର୍ଷ ପାଇଁ ସଂଗଠନର ରାଜ୍ଯ କମିଟୀ ଓ ୩୪ଟି ସାଂଗଠନିକ ଜିଲ୍ଲା ପାଇଁ ସଭାପତି, ମହିଳା ସଭାନେତ୍ରୀ, ଯୁବ ସଭାପତି, ୩ ଜଣ ସାଧାରଣ ସମ୍ପାଦକ, ୬ ଜଣ ଉପସଭାପତି ତଥା ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ-ସଦସ୍ଯାଙ୍କ ନାମ ଘୋଷଣା କରାଯାଇଥିଲା l ଆଗାମୀ ଦିନରେ ଫ୍ରଣ୍ଟ ତରଫରୁ ସମଗ୍ର ରାଜ୍ଯରେ ହିନ୍ଦୁମାନଙ୍କୁ ପ୍ରତ୍ଯେକ ମଙ୍ଗଳବାର ମଂର୍ଦର ଚାଲ ଅଭିଯାନ l ସମସ୍ତ ମଂଦରରେ ହନୁମାନ ଚାଳିଶା ପଠନ, ହିନ୍ଦୁମାନଙ୍କ ବୀରଗାଥା ର ଚର୍ଚ୍ଚା, ଆତ୍ମରକ୍ଷା କୌଶଳ, ଗୋ ହତ୍ଯା ବନ୍ଦ ପାଇଁ କଠୋର ଆଇନ ପ୍ରଣୟନ, ହିନ୍ଦୁମାନଙ୍କ ଜମିକୁ ଅନ୍ଯ ଧର୍ମାବଲମ୍ବୀ କୁ ବିକ୍ରି ନ କରିବା ନିମନ୍ତେ ଦୁଢକାର୍ଯ୍ଯାନୁଷ୍ଠାନ ସହ ଆଇନ ପ୍ରଣୟନ, ଏକ ଦେଶ ଏକ ଆଇନ୍ ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ, ବାଙ୍ଗଲାଦେଶୀଙ୍କୁ ଚିହ୍ନଟ କରି ତାଙ୍କ ଦେଶକୁ ପଠାଇଦେବା, ହିନ୍ଦୁ ମଠ ମନ୍ଦିର ଉପରୁ ସରକାରଙ୍କ ଆଇନଗତ ଅଙ୍କୁଶରୁ ମୁକ୍ତ କରିବା, ସମସ୍ତଙ୍କ ନିମନ୍ତେ ୨ଟି ସନ୍ତାନ ବାଧ୍ୟତାମୂଳକ କରିବା ଆଦି କାର୍ଯ୍ଯକ୍ରମ ଆଗାମୀ ଦିନରେ ହାତକୁ ନିଆଯିବ ବୋଲି ରାଜ୍ଯ ସଂଯୋଜକ ବଳଦେବ ପ୍ରସାଦ ବେଦବାକ ପ୍ରକାଶ କରିଛନ୍ତି l ଏହି କାର୍ଯ୍ଯକ୍ରମକୁ ପଞ୍ଚାୟତ ସ୍ତର ପର୍ଯ୍ଯନ୍ତ ପହଞ୍ଚାଇ ସଫଳ ରୂପାୟନ ନିମନ୍ତେ କେନ୍ଦ୍ରିୟ ସଂଗଠନ ମହାମନ୍ତୀ କୁଷ୍ଣା ମୁରାରୀ ଓ ରାଜ୍ଯ ସଭାପତି ବିପିନ ଦାସ ପ୍ରମୁଖ ମତବ୍ଯକ୍ତ କରିଥିଲେ l ଶ୍ରୀ ନିଗମାନନ୍ଦ ପଟ୍ଟନାୟକଙ୍କୁ ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ ର ରାଜ୍ଯ ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିବାରୁ ରାଜ୍ଯର ବିଭିନ୍ନ ମହଲରୁ ଶୁଭେଛା ବାର୍ତ୍ତା ଦେଇଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ