ଶୈକ୍ଷିକ ପ୍ରଶିକ୍ଷଣ ନିମନ୍ତେ ବିଦ୍ୟାର୍ଥୀଙ୍କ ଭୁବନେଶ୍ଵର ଗସ୍ତ
ଭୁବନ, ୧୯ ମାର୍ଚ୍ଚ (ହି.ସ.)- ପିଏମ ଶ୍ରୀ ଶୈକ୍ଷିକ ପ୍ରଶିକ୍ଷଣ ଯୋଜନାରେ ଭୁବନ ଉଚ୍ଚ ବିଦ୍ୟାଳୟର ଷଷ୍ଠରୁ ଦଶମ ଶ୍ରେଣୀର ୩୦୦ ବିଦ୍ୟାର୍ଥୀ ୫ଟି ବସରେ ଭୁବନେଶ୍ୱର ଗସ୍ତ କରି ଆଞ୍ଚଳିକ ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରଶିକ୍ଷଣ ନେଇ ଫେରିଛନ୍ତି । ପୂର୍ବାହ୍ନରେ ଚକେଇସିଆଣି ଠାରେ ମା ପାଟଦେଇଙ୍କ ଦର୍ଶନ କ
ଶୈକ୍ଷିକ ପ୍ରଶିକ୍ଷଣ ନିମନ୍ତେ ବିଦ୍ୟାର୍ଥୀଙ୍କ ଭୁବନେଶ୍ଵର ଗସ୍ତ-୨


ଶୈକ୍ଷିକ ପ୍ରଶିକ୍ଷଣ ନିମନ୍ତେ ବିଦ୍ୟାର୍ଥୀଙ୍କ ଭୁବନେଶ୍ଵର ଗସ୍ତ


ଭୁବନ, ୧୯ ମାର୍ଚ୍ଚ (ହି.ସ.)- ପିଏମ ଶ୍ରୀ ଶୈକ୍ଷିକ ପ୍ରଶିକ୍ଷଣ ଯୋଜନାରେ ଭୁବନ ଉଚ୍ଚ ବିଦ୍ୟାଳୟର ଷଷ୍ଠରୁ ଦଶମ ଶ୍ରେଣୀର ୩୦୦ ବିଦ୍ୟାର୍ଥୀ ୫ଟି ବସରେ ଭୁବନେଶ୍ୱର ଗସ୍ତ କରି ଆଞ୍ଚଳିକ ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରଶିକ୍ଷଣ ନେଇ ଫେରିଛନ୍ତି । ପୂର୍ବାହ୍ନରେ ଚକେଇସିଆଣି ଠାରେ ମା ପାଟଦେଇଙ୍କ ଦର୍ଶନ କରିଥିଲେ । ଅପରାହ୍ନରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ବିଜ୍ଞାନର ପ୍ରୟୋଗାତ୍ମକ ବିଷୟ ଗୁଡିକର ଅନୁଭୂତି ସଂଗ୍ରହ କରିଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଇନ୍ଦ୍ରଜିତ୍ ମଲ୍ଲିକଙ୍କ ତତ୍ତ୍ଵାବଧାନରେ ଆଲୁମିନି ସଭାପତି ଇଂ. ଦେବେନ୍ଦ୍ର ପୃଷ୍ଟି,ପରିଚାଳନା କମିଟି ସଭାପତି କେଦାର ଦାସଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande