
ଭୁବନେଶ୍ୱର, ୧୯ ମାର୍ଚ୍ଚ (ହି.ସ.) - ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଛି ବୋଲି ବିସ୍ଫୋରକ ବୟାନ ଦେଇଛନ୍ତି ବସ୍ତାର ବିଜେଡି ବିଧାୟିକା ସୁବାସିନୀ ଜେନା।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୁବାସିନୀ କହିଛନ୍ତି ମୁଁ ଆମ ଦଳର ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଭୋଟ ଦେଇଛି। ମୁଁ ଗୋଟିଏ ଭୋଟ ସଂତୃପ୍ତ ମିଶ୍ରଙ୍କୁ ଓ ଦ୍ୱିତୀୟ ଭୋଟ ଟି ଦିଲ୍ଲିପ ରାୟଙ୍କୁ ଦେଇଛି। ଦିଲ୍ଲିପ ରାୟଙ୍କୁ ଏଥିପାଇଁ ଦେଲି ଯେହେତୁ ମୋ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସହିତ ମୋର ଲଢେଇ ହେଉଛି। ଏହା ମୋ ବିବେକାନୁମୋଦିତ ଭୋଟ। ମୁଁ କେମିତି ଭୋଟ ଦେଇଛି ଆମ ଦଳର ଏଜେଂଟଙ୍କୁ ପଚାରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା