
ଜୟପୁର, ୧୯ ମାର୍ଚ୍ଚ (ହି.ସ.)-
ଜୟପୁର ସହରରେ ଠାରେ ଶ୍ରୀ ରାମ ନବମୀ ପାଳନ ନିମନ୍ତେ ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟର ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ତୃପ୍ତି ବରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଉପଖଣ୍ଡ ଅରକ୍ଷୀ ଅଧିକ୍ଷକ ଅର୍ଚିତା ମିତଲ, ତହସିଲଦାର ଜୟପୁର ସବ୍ୟସାଚୀ ଜେନା, ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ଅଭିଷେକ ପାଣିଗ୍ରାହୀ, ପ୍ରବେଶନାରୀ ସଦର ଥାନା ଅଧିକାରୀ ରମାସଦ କେ.ଭି. ପ୍ରମୁଖ ମଞ୍ଚ।ସୀନ ଥିଲେ ।
ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ଆଡମ୍ବରରେ ରାମ ନବମୀ ପାଳନ କରାଯିବ । ଜୟପୁର ସହରର ଜନସମାଗମକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ୫ ଗୋଟି ଡିଜେ ଲଗାଇବା ପାଇଁ ଅନୁମତି ମଗା ଯାଇଛି । ଯାନବାହନ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ନିମନ୍ତେ ଟାଉନ ଥାନା ପୋଲିସକୁ ଦାୟିତ୍ଵ ଦିଆଗଲା l ଉକ୍ତ ଦିନ ଅପରାହ୍ନ ୪ଟା ଠାରୁ ରାତି ୮ଟା ମଧ୍ୟରେ ଚାରି ଚକିଆ ଯାନକୁ ଟାଉନ ଭିତରକୁ ନ ଛାଡିବା ନିମନ୍ତେ ଟାଉନ ଥାନା ଅଧିକାରୀଙ୍କୁ ଅନୁରୋଧ କରାଗଲା l ଏସଡିଓ ବିଦ୍ୟୁତ ବିଭାଗ ନିରବିଛିନ୍ନ ବିଦ୍ୟୁତ ଯୋଗାଇ ଦେବାକୁ ଅନୁରୋଧ କରାଗଲା l ସେହିପରି ୨ ଗୋଟି ଅଗ୍ନିଶମ ଗାଡି ଯୋଗାଇ ଦେବା ପାଇଁ ଅଗ୍ନିଶମ ବିଭାଗକୁ ଅନୁରୋଧ କରାଗଲା । ଉକ୍ତ ଦିନ ଆଶୁ ଚିକିତ୍ସା ଓ ୨ ଗୋଟି ଆମ୍ବୁଲେନ୍ସ ଅପରାହ୍ନ ୪ଟା ଠାରୁ ଯୋଗାଇବା ନିମନ୍ତେ ସ୍ଵାସ୍ଥ୍ୟ ବିଭାଗରକୁ ଅନୁରୋଧ କରାଗଲା । ୨ ଦିନ ପୂର୍ବରୁ ସମସ୍ତ ମଦ ଦୋକାନ, ସମସ୍ତ ସାହିରେ ରେଡ୍ କରିବା ନିମନ୍ତେ ଅବକାରୀ ବିଭାଗ ଓ ପୋଲିସ୍ ବିଭାଗ ଜୟପୁରଙ୍କ ମିଳିତ ଭାବରେ ଚଢଉ କରିବା ନିମନ୍ତେ ଅନୁରୋଧ କରାଗଲା । ଉକ୍ତ ଦିନ ଅଗ୍ନିଶମ ଯାନ ଓ ଟିମ୍ ସମ୍ପୂର୍ଣ୍ଣ ଅଗ୍ନି ନିର୍ବାପକ ଯନ୍ତ୍ର ସହ ରାଲିର ପଛରେ ରହିବା ନିମନ୍ତେ କୁହାଗଲା । ଏବଂ ଅନ୍ୟାନ୍ୟ ବିଷୟ ମାନ ଅଲୋଚନା କରାଗଲା ଯେପରି ଏହି ବର୍ଷ ଖଣ୍ଡ। ନାଚ ହେବ ଓ ମହାରାଷ୍ଟ୍ରରୁ ଢୋଲ ନୃତ୍ୟ ହେବ ।
ଆଜିର ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜୟପୁର, ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ, ଅଗ୍ନିଶମ ଅଧିକାରୀ ସୁରେଶ କୁମାର ବାରିକ, ଜୟପୁର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦ। ଗାଦବା, ସଭାପତି ହିନ୍ଦୁ ପରିଷଦ ଜୟପୁର ଓ ଅନ୍ୟାନ୍ୟ ଜୟପୁର ସହରର ବ୍ୟକ୍ତି ବିଶେଷ, ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଜୟପୁର ତହସିଲଦାର ସବ୍ୟସାଚୀ ଜେନା ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି