ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ
କେନ୍ଦ୍ରାପଡ଼ା,୧୯ ମାର୍ଚ୍ଚ(ହି.ସ.) – ରାଷ୍ଟ୍ରବାଦୀ ସାମାଜିକ ସଂଗଠନ ଜୟ ରାଷ୍ଟ୍ର ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ବାରଙ୍ଗେଇ ଠାକୁରାଣୀଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା କ୍ଷ ସକାଳେ ଗୋପୂଜନ ଓ ବି
ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ


କେନ୍ଦ୍ରାପଡ଼ା,୧୯ ମାର୍ଚ୍ଚ(ହି.ସ.) – ରାଷ୍ଟ୍ରବାଦୀ ସାମାଜିକ ସଂଗଠନ ଜୟ ରାଷ୍ଟ୍ର ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ବାରଙ୍ଗେଇ ଠାକୁରାଣୀଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା କ୍ଷ ସକାଳେ ଗୋପୂଜନ ଓ ବିଭିନ୍ନ ଧର୍ମାନୁଷ୍ଠାନ ରେ ବିଶ୍ୱଶାନ୍ତି ପାଇଁ ଦୀପଦାନ କରାଯାଇଥିଲା। ପରେପରେ ବାରଙ୍ଗେଇ ଠାକୁରାଣୀଙ୍କ ମନ୍ଦିରରେ ହୋମ, ମନ୍ତ୍ରପାଠ ଓ ସମୂହ ପ୍ରାର୍ଥନା କରାଯାଇଥିଲା। ଅନୁଷ୍ଠାନର ସଦସ୍ୟ ବିରେନ୍ଦ୍ର ଦାସ, ରଶ୍ମି ରଞ୍ଜନ ସ୍ୱାଇଁ, ସୁଶାନ୍ତ ନାୟକ, ଅଞ୍ଜନ କୁମାର ଶତପଥୀ, ନିରଞ୍ଜନ ମହାରଣା, ରାଜେନ୍ଦ୍ର ମହାପାତ୍ର, ଦୁର୍ଗା ପ୍ରସାଦ ପତି, ରୀନା ରାଣୀ ଦାସ, ପଙ୍କଜ ସିହ୍ନା ପ୍ରମୁଖ ଉପସ୍ଥିତ ରହି ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନର ଆବଶ୍ୟକତା ବିଷୟରେ କହିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande