
କନ୍ଧମାଳ, ୧୯ ମାର୍ଚ୍ଚ (ହି.ସ.)- ଭାରତୀୟ ସଂସ୍କୃତି ପରମ୍ପରା ଓ ଐତିହ୍ୟର ମୁକସାକ୍ଷୀ ହିଁ ରାଷ୍ଟ୍ରୀୟ ନବବର୍ଷ | ଏହିଦିନ ସୃଷ୍ଟିର ପ୍ରାରମ୍ଭ ଦିବସ | ବ୍ରହ୍ମାଙ୍କର କାଳ ଗଣନା | ତଦନୁସାରେ, କଳି ଯୁଗାବ୍ଦ ୫୧୨୮ ଆରମ୍ଭ ହୋଇଛି | ବିକ୍ରମ ସମ୍ବତ, ଶତାବ୍ଦ ଆରମ୍ଭ ହେବା ସହ ପ୍ରଭୁ ରାମଚନ୍ଦ୍ର ଓ ରାଜା ଯୁଝିଷ୍ଠିର ଙ୍କର ଅଭିଷେକ ଉତ୍ସବ ସହ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ପ୍ରତିଷ୍ଠାତା କେଶବ ବଳିରାମ ହେଡ଼ଗେୱାରଙ୍କ ଜନ୍ମଦିନ ଚୈତ୍ର ଶୁକ୍ଳ ପ୍ରତିପଦା ତିଥି ଅଟେ ଅଟେ | ସାରା ଭାରତ ବର୍ଷରେ ଏହା ଧୁମଧାମରେ ପାଳନ ହେଉଥିବା ବେଳେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ କନ୍ଧମାଳ ଜିଲ୍ଲା ତରଫରୁ ବିଭିନ୍ନ ଶାଖାରେ ନବ ବର୍ଷକୁ ସାହିତ୍ୟ ଆଲୋଚନା, କବିତା ପାଠ ପୂର୍ବକ ଶୁଭେଚ୍ଛା ବାର୍ତ୍ତା ଓ ମିଷ୍ଟନ୍ନ ବଣ୍ଟନ କରି ପାଳନ କରାଯାଇଛି | ଖଜୁରୀପଡା ଶାଖାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବ୍ଲକ ସଂଯୋଜକ ଡଃ. ତ୍ରୈଲୋକ୍ୟନାଥ ସେନାପତି, ବାଲିଗୁଡା ଶାଖାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବ୍ଲକ ସଂଯୋଜକ ତୀର୍ଥବାସୀ ଘଡେଇ, ଫିରିଙ୍ଗିଆ ଶାଖାରେ ପଂଚାୟତ ମହାବିଦ୍ୟାଳୟ ଠାରେ ବ୍ଲକ ସଂଯୋଜକ ଶ୍ରୀମତୀ ହରପ୍ରିୟା ମିଶ୍ର ଓ ଅଧ୍ୟକ୍ଷ ଡଃ. ଚିତ୍ତରଞ୍ଜନ ମିଶ୍ର, ଉଦୟଗିରି ଶାଖାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବ୍ଲକ ସଂଯୋଜକ ପବିତ୍ର କୁମାର ସାହୁ, ଦାରିଙ୍ଗବାଡି ଶାଖାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବ୍ଲକ ସଂଯୋଜକ ପ୍ରଶାନ୍ତ କୁମାର ସାହୁ, ଟିକାବାଲି ଶାଖାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବ୍ଲକ ସଂଯୋଜକ ସନ୍ତୋଷ କୁମାର ବିଷୋୟୀଙ୍କ ସହ ସମ୍ପୃକ୍ତ ଅନୁଷ୍ଠାନର ଅଧ୍ୟକ୍ଷ, ସହକର୍ମୀ, ଛାତ୍ରଛାତ୍ରୀମାନେ, ପରିଚାଳନା ସମିତିର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଲୋଚନାରେ ଭାଗନେବା ସହ ନବବର୍ଷର ଶୁଭେଚ୍ଛା ଜ୍ଞାପନ କରିଥିଲେ |
ବିଭିନ୍ନ ଶାଖାର ସଫଳ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ସମ୍ପାଦକ ତଥା ସଂଗଠକ କୈଳାସ ଚନ୍ଦ୍ର ଧଳ, ସଭାପତି ଡଃ ଚିତ୍ତରଞ୍ଜନ ମିଶ୍ର, ଉପସଭାପତି ପ୍ରସନ୍ନ କୁମାର ପଣ୍ଡା, ସହ ସମ୍ପାଦକ ନିରଞ୍ଜନ ପାଣ୍ଡେ ଏବଂ ଜିଲ୍ଲା ସଂଯୋଜକ ଏ. ସନ୍ତୋଷ କୁମାର ପାତ୍ର ସମସ୍ତଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଥିଲେ | ଆଗାମୀ ୨୨ ତାରିଖରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ଠାରେ ଜିଲ୍ଲା ସ୍ତରୀୟ ନବ ବର୍ଷ ସ୍ୱାଗତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ସମ୍ପାଦକ ଶ୍ରୀ ଧଳ ଅନୁରୋଧ କରିଛନ୍ତି |
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ