
ବଲାଙ୍ଗିର, ୧୯ ମାର୍ଚ୍ଚ (ହି.ସ.)
ଆଜି ବଲାଙ୍ଗିର ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ପଥର ଚେପା ବିଜେପି କାର୍ଯ୍ୟାଳୟ ଠାରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଜେପିର ବରିଷ୍ଠ ନେତା ତଥା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥୀ ଉପସ୍ଥିତ ଥିଲେ l
ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରାଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lପରିଚାଳନା କରିଥିଲେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦିନେଶ ଶର୍ମା l ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କୁ ସାରଦା ଶତପଥୀ ଏସଆଇଆର ବାବଦରେ ବୁଝାଇଥିଲେ l ଲୋକଙ୍କ ପାଖକୁ ଘରକୁ ଘର ଯାଇ ଭୋଟ ବାବଦରେ ବୁଝାଇବାକୁ କହିଥିଲେ l
ଏଲଇଡି ଟି ଭି ମାଧ୍ୟମରେ କାର୍ଯ୍ୟକର୍ତ୍ତା ମାନଙ୍କୁ ଟିକିନିକି କରି ଏସଆଇଆର ର କାର୍ଯ୍ୟ ପ୍ରଣାଳୀ ବୁଝାଇ ଥିଲେ l
ଏହି କାର୍ଯ୍ୟକ୍ରମରେ ମଞ୍ଚରେ ଉପସ୍ଥିତ ଥିଲେ କୁନୁ ମୁଣ୍ଡା, ରଞ୍ଜିତା ପାଣିଗ୍ରାହୀ, ଦିନେଶ ଶର୍ମା, ଗୋପାଳଜୀ ପାଣିଗ୍ରାହୀ, ପ୍ରଶାନ୍ତ ଷଡ଼ଙ୍ଗୀ, ମାଧବ ସାଏ l ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି, ମହିଳା ମୋର୍ଚ୍ଚା ପଦାଧିକାରୀ ଓ ବିଜେପିର ବରିଷ୍ଠ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ