ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ
କେନ୍ଦୁଝର, ୧୯ ମାର୍ଚ୍ଚ (ହି.ସ.) - ହିନ୍ଦୁ ନବବର୍ଷ, ଇଦ୍ ଓ ରାମନବମୀ ଉପଲକ୍ଷେ ବଡ଼ବିଲ ଥାନା ପ୍ରାଙ୍ଗଣରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଂଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ହିନ୍ଦୁ ନବବର୍ଷ, ଇଦ୍ ଓ ରାମନବମୀ ଉପଲକ୍ଷେ ବଡ଼ବିଲ ଥାନା ପ୍ରାଙ
Santi committee


କେନ୍ଦୁଝର, ୧୯ ମାର୍ଚ୍ଚ (ହି.ସ.) - ହିନ୍ଦୁ ନବବର୍ଷ, ଇଦ୍ ଓ ରାମନବମୀ ଉପଲକ୍ଷେ ବଡ଼ବିଲ ଥାନା ପ୍ରାଙ୍ଗଣରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଂଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ହିନ୍ଦୁ ନବବର୍ଷ, ଇଦ୍ ଓ ରାମନବମୀ ଉପଲକ୍ଷେ ବଡ଼ବିଲ ଥାନା ପ୍ରାଙ୍ଗଣରେ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆଙ୍କ ଅଧ୍ୟକ୍ଷତାରେ ଓ ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ ଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କିପରି ଏହି ଦିନଗୁଡିକ ସୌହାର୍ଦ୍ୟ ପୂର୍ଣ୍ଣ ପରିବେଶରେ ଭାଇଚାରା ସହକାରେ ପାଳନ କରାଯାଇ ପାରିବ ଓ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ବଜାଇ ରଖିବାକୁ ଏହି ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିବା ନେଇ ସୂଚନା। ବଡ଼ବିଲ ସହର୍ ଏକ ଭାଇ ଚାରାର ସହର ଓ ଏହାର ଚତୁର୍ପାର୍ଶ୍ୱ ଖଣିଜ ସମ୍ପଦରେ ଅଞ୍ଚଳ ହୋଇଥିବାରୁ ଏଠାକାର ସ୍ଥାୟୀ ବାସିନ୍ଦା ମାନଙ୍କ ସହ ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକେ ଆସି ରହିଛନ୍ତି ଏଠାରେ ସବୁ ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ବେଳେ ସମସ୍ତ ପର୍ବ ପର୍ବାଣୀ କୁ ଅତି ହର୍ଷ ଉଲ୍ଲାସ ସହକାରେ ପାଳନ କରାଯାଉଥିବା ଦେଖିବାକୁ ମିଳେ। ପୂର୍ବପରି ଶାନ୍ତିଶୃଙ୍ଖଳା ବଜାୟରଖି କିପରି ଏକ ଶୌହାର୍ଦ୍ୟ ପୂର୍ଣ୍ଣ ପରିବେଶରେ ଭାଇଚାରା ର ସହ ଏହି ପର୍ବ ଗୁଡିକ ପାଳନ କରାଯିବ ତାକୁ ନେଇ ସମସ୍ତ ସମ୍ପ୍ରଦାୟର ଲୋକଙ୍କୁ ନେଇ ଏହି ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିବା ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି। ଏହି ଅବସରରେ ଉପସ୍ଥିତ ସମସ୍ତ ବର୍ଗର ଲୋକେ ପ୍ରଶାସନକୁ ସମ୍ପୂର୍ଣ ସହଯୋଗ କରିବା ନିମନ୍ତେ ସହମତି ପ୍ରକାଶ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande