ରାଜ୍ୟ ମତ୍ସ୍ୟ ବିଭାଗର ସଚିବ ତଥା କୋରାପୁଟ ଜିଲ୍ଲା ନୋଡାଲ ସଚିବଙ୍କ ଗସ୍ତ
ଜୟପୁର, ୧୯ ମାର୍ଚ୍ଚ (ହି.ସ.) - ରାଜ୍ୟ ସରକାରଙ୍କ ମତ୍ସ୍ୟ ଏବଂ ପଶୁଧନ ବିକାଶ ବିଭାଗର ସଚିବ ତଥା କୋରାପୁଟ ଜିଲ୍ଲା ନୋଡାଲ ସଚିବ ପ୍ରେମ ଚନ୍ଦ୍ର ଚୌଧୁରୀ ଦୁଇଦିନିଆ ଗସ୍ତ ଅବସରରେ ଆଜି କୋରାପୁଟ ଜିଲ୍ଲାର ଜୟପୁର ଉପଖଣ୍ଡ ଗସ୍ତ କରିଥିଲେ । ଆଜି ପୂର୍ବାହ୍ନରେ ସାଢେ ୧୦ ଟା ସମୟରେ ଜିଲ୍ଲା ନୋଡାଲ ସଚିବ
ରାଜ୍ୟ ମତ୍ସ୍ୟ ବିଭାଗର ସଚିବ ତଥା କୋରାପୁଟ ଜିଲ୍ଲା ନୋଡାଲ ସଚିବଙ୍କ ଗସ୍ତ


ଜୟପୁର, ୧୯ ମାର୍ଚ୍ଚ (ହି.ସ.) - ରାଜ୍ୟ ସରକାରଙ୍କ ମତ୍ସ୍ୟ ଏବଂ ପଶୁଧନ ବିକାଶ ବିଭାଗର ସଚିବ ତଥା କୋରାପୁଟ ଜିଲ୍ଲା ନୋଡାଲ ସଚିବ ପ୍ରେମ ଚନ୍ଦ୍ର ଚୌଧୁରୀ ଦୁଇଦିନିଆ ଗସ୍ତ ଅବସରରେ ଆଜି କୋରାପୁଟ ଜିଲ୍ଲାର ଜୟପୁର ଉପଖଣ୍ଡ ଗସ୍ତ କରିଥିଲେ । ଆଜି ପୂର୍ବାହ୍ନରେ ସାଢେ ୧୦ ଟା ସମୟରେ ଜିଲ୍ଲା ନୋଡାଲ ସଚିବ ଶ୍ରୀ ଚୌଧୁରୀ ମୁଖ୍ୟମନ୍ତ୍ରୀ କିଶାନ ଯୋଜନା ଜୟପୁର ବ୍ଲକର ବାରିଣିପୁଟ ଠାରେ ନିର୍ମିତ ହୋଇଥିବା ବାୟୋପ୍ଲାଂଟ ଟାଙ୍କି ପରିଦର୍ଶନ କରିଥିଲେ ଓ ଜୟପୁର ପୌରସଂସ୍ଥା ପକ୍ଷରୁ ଗଡିଆ ଧୋବାସାହି ଏମସିସି ପ୍ଲାଣ୍ଟର ମଳ ଓ ଅଳିଆ ଆବର୍ଜନାରେ ନିର୍ମିତ ଖତ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରିଥିଲେ ଓ ପାଲିଗୁଡଓ ସ୍ଥିତ ଗୋପାଳ ଗୋସେବା କେନ୍ଦ୍ରକୁ ଯାଇ ଗାଈ ମାନଙ୍କୁ କିଭଳି ରକ୍ଷଣାବେକ୍ଷଣ କରାଯାଉଛି ଏବଂ ପରିମଳ ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଏହାପରେ ଜୟପୁର ଜିଲ୍ଲା ଚିକିତ୍ସାଳୟ ପରିଦର୍ଶନ କରିଥିବା ବେଳେ ସେଠାରେ ରହିଥିବା ବିଭିନ୍ନ ସମସ୍ୟା ବୁଲି ଦେଖିବା ସହିତ ଚିକିତ୍ସାଳୟରେ ଆବଶ୍ୟକ ପଦବୀ ଏବଂ ଯନ୍ତ୍ରପାତୀ ନେଇ ଚିକିତ୍ସାଳୟ କର୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ । ଏହିପରି ଚିକିତ୍ସାଳୟରେ ଦୁଇଟି ଅଲଟ୍ରାସାଉଣ୍ଡ ମେସିନ ରହିଥିଲେ ସୁଦ୍ଧା କେବଳ ଗର୍ବବତୀ ମହିଳାଙ୍କୁ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ କରାଯାଉଥିବା ବେଳେ ଅନ୍ୟାନ୍ୟ ରୋଗପାଇଁ ଜିଲ୍ଲା ଚିକିତ୍ସାଳୟର ଅଲଟ୍ରାସାଉଣ୍ଡ ମେସିନ ବ୍ୟବହାର କରାଯାଉନଥିବା ସଚିବଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏଥିନେଇ ଏକ ରିପୋର୍ଟ ଦେବାକୁ ଜିଲ୍ଲା ଚିକିତ୍ସାଳୟ କର୍ତୃପକ୍ଷଙ୍କୁ ନୋଡାଲ ଅଧିକାରୀ ଶ୍ରୀ ଚୌଧୁରୀ ନିର୍ଦ୍ଦେଶ ଦେଇଛନ୍ତି । ଜୟପୁର ସ୍ଥିତ କ୍ରୀଡା କମ୍ପେକ୍ସକୁ ଯାଇ ଏହାର ବିଭିନ୍ନ ବିଷୟ ଏବଂ କ୍ରୀଡା ପ୍ରଶିକ୍ଷଣ ଉପରେ ଜିଲ୍ଲା କର୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ । ଶ୍ରୀ ଚୌଧୁରୀଙ୍କୁ ଜୟପୁର ଠାରେ ଥିବା କ୍ରୀଡା କମ୍ପେ୍ଲକ୍ସଟିର ଉଚିତ ରକ୍ଷଣାବେକ୍ଷଣ କରାଯାଉନଥିବା ଯୋଗୁଁ ଏହାକୁ ଘରୋଇ କରଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏନେଇ ସେ ଉଚ୍ଚ କର୍ତୁପକ୍ଷଙ୍କ ସହ କଥା ହେବେ ବୋଲି ପ୍ରତିଶୃତି ଦେଇଥିଲେ। ସେଠାରୁ ଆମ୍ବାଗୁଡା ସରକାରୀ ଆ.ଟି.ଆଇ ପରିଦର୍ଶନ କରିଥିଲେ । ପୁଟ୍ରା ଗ୍ରାମ ଠାରେ ପହଞ୍ଚି ସେଠାରେ ପିଏମ ଏସୱାଇରେ ପୋଖରୀରେ ମାଛ ଚାଷ ଯୋଜନାର ପରିଦର୍ଶନ କରିଥିଲେ ଓ ନୋଡାଲ ସଚିବ ଶ୍ରୀ ଚୌଧୁରୀ ବୋରିଗୁମ୍ମା ଏବଂ କୋଟପାଡ ବ୍ଲକ ଗସ୍ତ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ବେଣୁଧର ଶବର, ଜିଲ୍ଲା ଚିକିତ୍ସାଳୟ ଅଧିକାରୀ ଡ. ଅକ୍ଷୟ ରଥ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡି. ଶିବସାଇ ସ୍ୱରୁପ ଏବଂ ଅନ୍ୟାନ୍ୟ ବିଭାଗିୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ପ୍ରଥମେ ଆସି ବ୍ଲକ ଅଫିସ ସମ୍ମୁଖରେ ଥିବା ଗୋପବନ୍ଧୁ ଜରାନିବାସ ର ଅନ୍ତେବାସୀ ଛାତ୍ର ମାନଙ୍କୁ ଭେଟିବା ପରେ ପାଲିଗୁଡା ଗୋଶାଳା ଦେଖି ଖୁସି ପ୍ରକଟ କରିଥିଲେ କ୍ଷଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତରେ ଆସି ବିଭିନ୍ନ ବିଭାଗ ବୁଲି ଦେଖିବା ସହ ରୋଗୀଙ୍କ ସହ ଚିକିତ୍ସା ନେଇ ଆଲୋଚନା କରିବା ସହ ଉପସ୍ଥିତ ଡାକ୍ତର ମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ବିଶେଷ କରି ପୂର୍ବ ଅପେକ୍ଷା ଚିକିତ୍ସାଳୟରେ ଭିତିଭୂମି ସୁଧାର ଆସିଥିଲେ ସୁଦ୍ଧା ରୋଗୀ ଠିକସେ ସେବା ପାଉପରୁନଥିବା ଅଭିଯୋଗରେ କ୍ଷୋବ ପ୍ରକାଶ କରିଥିଲେ । ଏପରିକି ଆଇସିୟୁ, ସିଟି ସ୍କାନ, ଆଲଟ୍ରା ସାଉଣ୍ଡ ପାଇଁ ଘରୋଇ ମେଡିକାଲ ଉପରେ ନିର୍ଭର କରୁଥିବା ଅଭିଯୋଗ ପରେ ଏହାକୁ ଗୁରୁତର ସହ ନେଇ କାର୍ଯ୍ୟକ୍ଷମ ନେଇ ଉପସ୍ଥିତ ଡାକ୍ତରଙ୍କୁ ପରାମର୍ଶ ଦେଇଥିଲେ । ଏହାସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତର ଘୋର ଅଭାବ ଦେଖା ଦେଇଛି । ଅନେକ ସମୟରେ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ବେଶ ଅସୁବିଧାର ସମ୍ମୁଖିନ ହେଉଥିବା ନଜିର ଆସିଛି । ଏପରି ଅନେକ ଅବ୍ୟବସ୍ଥାକୁ ନେଇ ସୁଧାର ଆଣିବା ଦିଗରେ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ଡିଏମ୍ଓ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସ୍ପୋର୍ଟସ କମ୍ପେକ୍ସ, ଗୋ ସାଲା, ଆମ୍ବାଗୁଡ଼ା ସ୍ଥିତ ଗୋପବନ୍ଧୁ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିଦର୍ଶନ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରକ କରିଥିଲେ।

ଜୟପୁର ଉପଖଣ୍ଡର ବିଭିନ୍ନ ଜୈବିକ ଖତ ପ୍ରସ୍ତୁତି କେନ୍ଦ୍ର ବୋରିଗୁମ୍ମା ବ୍ଲକ ର ଅନୁସୂଚିତ ଜାତି ଓଜନ ଜାତି ବିଭାଗ ର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିବା ସେଠାକାର ଶିକ୍ଷା ପଦ୍ଧତି କୁ ପରଖିବା ପାଇଁ ନବମ ଶ୍ରେଣୀ ପୁଙ୍କୁ ପାଠ ଉପରେ ପ୍ରଶ୍ନ ପାରିଲେ ,ଏବଂ ମଧ୍ୟାହ୍ନ ଭୋଜନ ଖାଇ ତାହାର ମାନ ପରଖିଛନ୍ତି।ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ କ୍ରମେ କୋରାପୁଟ ଜିଲ୍ଲାରେ ବିଭନ୍ନ ବିଭାଗ ରେ ରହିଥିବା ସମସ୍ୟା ବିଷୟ ରେ ବୁଝିବା ପାଇଁ ମୋରପୁଟ ଜିଲାପାଳ ଏବଂ ଜିଲାର ସମସ୍ତ ବିଭାଗ ର ଅଧିକାରୀ ଙ୍କୁ ନେଇ ଏକ ବୈଠକ କରାଯିବ ଯେଉଁଠି ଯାହା ଅସୁବିଧା ରହୁଛି ସେସବୁ ର ସମାଧାନ କରାଯିବ ବୋଲି ନିଜ ପ୍ରତିକ୍ରିୟା ରେ କହିଛନ୍ତି ସଚିବ ପ୍ରେମ ଚନ୍ଦ୍ର ଚୌଧୁରୀ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande