ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ସ୍ୱର୍ଣ୍ଣକ୍ଷେତ୍ର, ଗଦଗଦି, ଉଦୟପୁରଠାରେ ଭାରତୀୟ ନବବର୍ଷ ଆନନ୍ଦ ଉଲ୍ଲାସର ସହିତ ପାଳନ
କେନ୍ଦୁଝର, ୧୯ ମାର୍ଚ୍ଚ (ହି.ସ.) - ଅଦ୍ୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ସ୍ୱର୍ଣ୍ଣକ୍ଷେତ୍ର, ଗଦଗଦି, ଉଦୟପୁରଠାରେ ଭାରତୀୟ ନବବର୍ଷ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି।ଯୁଗାବ୍ଦ ୫୧୨୮ ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ପାଳିତ ହୋଇଥିବା ଏହି ଉତ୍ସବରେ ବିଦ୍ୟାଳୟର ପ୍ରାକ୍ତନ ସମ୍ପାଦକ ହେମନ୍ତ କ
Ssvmgadgadi


କେନ୍ଦୁଝର, ୧୯ ମାର୍ଚ୍ଚ (ହି.ସ.) - ଅଦ୍ୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ସ୍ୱର୍ଣ୍ଣକ୍ଷେତ୍ର, ଗଦଗଦି, ଉଦୟପୁରଠାରେ ଭାରତୀୟ ନବବର୍ଷ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି।ଯୁଗାବ୍ଦ ୫୧୨୮ ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ପାଳିତ ହୋଇଥିବା ଏହି ଉତ୍ସବରେ ବିଦ୍ୟାଳୟର ପ୍ରାକ୍ତନ ସମ୍ପାଦକ ହେମନ୍ତ କୁମାର ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିନ୍ଦୁ ନବବର୍ଷ ପାଳନ ଓ ହିନ୍ଦୁ କାଳ ଗଣନା ପଦ୍ଧତି ସମ୍ପର୍କରେ ଆଲୋଚନା କରିଥିଲେ। ଗୁରୁଜୀ ସନାତନ ମହାନ୍ତ ଭାରତୀୟ ନବବର୍ଷ ପାଳନ ଓ ଏହାର ବୈଜ୍ଞାନିକତା ସମ୍ପର୍କରେ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଆଚାର?୍ୟ୍ୟ ଦଶରଥ ମହାନ୍ତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଗୁରୁଜୀ ଶ୍ରୀକାନ୍ତ ମହାନ୍ତ। ଶିଶୁ ଭଉଣୀ ଊର୍ମିଳା ମହାନ୍ତ ସୁଲଳିତ କଣ୍ଠରେ ବ୍ୟକ୍ତିଗତ ଗୀତ ଗାନ କରିଥିଲେ। ପ୍ରଧାନ ଆଚାର?୍ୟ୍ୟ ପୁରୁଜିତ୍ ମୁନି ଭାରତ ବର୍ଷର ପ୍ରାଚୀନତା ଓ ପାଶ୍ଚାତ୍ୟ ସଭ୍ୟତା ସମ୍ବନ୍ଧରେ ଆଲୋକପାତ କରିଥିଲେ। ସଭାରେ ସଭାପତିତ୍ୱ କରିଥିବା ଶିଶୁ ବିଦ୍ୟା ମନ୍ଦିରର ଉପ ସଭାପତି ସନାତନ ପଲେଇ ନବବର୍ଷ ଅବସରରେ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଗୁରୁମା ପ୍ରତିଭା ଦାସ ଓ ଗୁରୁଜୀ ସନ୍ତୋଷ କୁମାର ମହାନ୍ତ ସଂଯୋଜନା କାର?୍ୟ୍ୟ ତୁଲାଇଥିଲେ। ସଭାରେ ଉପସ୍ଥିତ ଥିଲେ ପୂର୍ବତନ କୋଷାଧ୍ୟକ୍ଷ ତରଣୀ ସେନ ମହାନ୍ତ।ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକା ମାନଙ୍କ ସହଯୋଗରେ କାର?୍ୟ୍ୟକ୍ରମଟି ସଫଳ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande