
କେନ୍ଦ୍ରାପଡ଼ା,୧୯ ମାର୍ଚ୍ଚ(ହି.ସ.) – ତୁଳସୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ। ଡ. ବାସନ୍ତୀ ଶୁକ୍ଲାଙ୍କ ପୌରୋହିତ୍ୟରେ “ଆତ୍ମରକ୍ଷା କୌଶଳ”ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ପ୍ରାକ୍ତନ ଅଧ୍ୟକ୍ଷ ଡ. ମଥୁରି ଚରଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ନିଜକୁ ସୁଦୃଢ କରି ସାଂପ୍ରତିକ ପରିସ୍ଥିତିକୁ ସାହସର ସହ ମୁକାବିଲା କରିବା ପାଇଁ ପରାମର୍ଶ ଦେଇଥିଲେ। କାର୍ୟ୍ୟକ୍ରମରେ ପ୍ରାଶାସନିକ ଅଧିକାରୀ ପ୍ରଫେସର ସବିତା ଦାସଶିବିରରେ ଶିକ୍ଷା ଗ୍ରହଣ କରିଥିବା ସମସ୍ତ କୌଶଳକୁ ନିଜର ଦୈନନ୍ଦିନ ଜୀବନରେ ପ୍ରୟୋଗ କରିବା ନିମନ୍ତେ ଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ। ଉକ୍ତ ଉତ୍ସବରେ ଛାତ୍ରୀମାନେ ଶିକ୍ଷାଗ୍ରହଣ କରିଥିବା କୌଶଳକୁ ମୁଖ୍ୟ ଅତିଥିଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିଲେ। ଆତ୍ମରକ୍ଷା କୌଶଳ ଶିବିରର ସଂଯୋଜିକା ଅଧ୍ୟାପିକା ବନସ୍ମିତା ପରିଡା କାର୍ୟ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପ୍ରଶିକ୍ଷିକା ସସ୍ମିତା ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ+୩ କକ୍ଷର ସମସ୍ତ ଛାତ୍ରୀମାନେ ଯୋଗ ଦେଇଥିଲେ। ସର୍ବଶେଷରେ ଅଧ୍ୟାପିକା ସୁରିତା ମିଶ୍ର ଧନ୍ୟବାଦ ଅର୍ପଣକରିବା ସହିତ ଅଧ୍ୟାପିକା ପୂଜାଲିନ ବାରିକ ଓ ବଳରାମ ବାରିକ କାର୍ୟ୍ୟକ୍ରମରେ ସହାୟତା ପ୍ରଦାନ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି