ମଧ୍ୟ ପୂର୍ବ କ୍ଷେତ୍ରରେ ଅଲଗା ଶୈଳୀରେ ପ୍ରକାଶ ପାଇବ ସିବିଏସଇ ଦଶମ ବୋର୍ଡ ରେଜଲ୍ଟ
ଭୁବନେଶ୍ୱର, 19 ମାର୍ଚ୍ଚ (ହି.ସ.)- ଯୁଦ୍ଧ ପରିସ୍ଥିତିରେ ସିବିଏସଇ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର। ମଧ୍ୟ ପୂର୍ବ କ୍ଷେତ୍ରରେ ଅଲଗା ଶୈଳୀ ରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ। ନୋଟିଫିକେସନ ଜାରି କରିଛି ସିବିଏସଇ । ବହାରିନ, ଇରାନ, କୁଏତ, ଓମାନ, କତ୍
ମଧ୍ୟ ପୂର୍ବ କ୍ଷେତ୍ରରେ     ଅଲଗା ଶୈଳୀରେ ପ୍ରକାଶ ପାଇବ ସିବିଏସଇ ଦଶମ ବୋର୍ଡ ରେଜଲ୍ଟ


ଭୁବନେଶ୍ୱର, 19 ମାର୍ଚ୍ଚ (ହି.ସ.)- ଯୁଦ୍ଧ

ପରିସ୍ଥିତିରେ ସିବିଏସଇ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର। ମଧ୍ୟ ପୂର୍ବ କ୍ଷେତ୍ରରେ ଅଲଗା ଶୈଳୀ

ରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ। ନୋଟିଫିକେସନ ଜାରି କରିଛି ସିବିଏସଇ । ବହାରିନ,

ଇରାନ, କୁଏତ, ଓମାନ,

କତ୍ତାର, ସାଉଦି ଆରବିଆ, ଏବଂ

ୟୁଏଇରେ ଯୁଦ୍ଧପରିସ୍ଥିତିକୁ ଦୃଷ୍ଟିରେ ରଖି ଦଶମ ବୋର୍ଡ ପରୀକ୍ଷାର୍ଥୀଙ୍କ କିଛି ବିଷୟର

ପରୀକ୍ଷା ସ୍ଥଗିତ ରଖିଥିଲା ସିବିଏସଇ । ଫେବ୍ରୁଆରୀ

୧୭ରୁ ଆରମ୍ଭ ହୋଇଥିବା ପରୀକ୍ଷା କେବଳ ଏହି ରିଜିଅନରେ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ

ହୋଇପାରିଥିଲା। ପରୀକ୍ଷା ରେଜଲ୍ଟକୁ ୫ଟି ବିନ୍ଦୁରେ ବିଭକ୍ତ କରାଯାଇଛି। ସମସ୍ତ ବିଷୟରେ

ପରୀକ୍ଷା ଦେଇଥିବା ଏବଂ ୨ରୁ ୪ଟି ବିଷୟରେ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କ ରେଜଲ୍ଟ କିଛି

ଏହିଭଳି ପ୍ରକାଶ ପାଇବ। ସମସ୍ତ ବିଷୟରେ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ ନିଜ ପ୍ରଦର୍ଶନ ଅନୁସାରେ

ରେଜଲ୍ଟ ପାଇବେ। ୪ ଟି ବିଷୟରେ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ ଯେଉଁ ୩ ଟି ବିଷୟରେ ଭଲ ମାର୍କ

ରଖିଥିବେ ସେହି ଅନୁସାରେ ସେମାନଙ୍କୁ ଯେଉଁ ବିଷୟରେ ପରୀକ୍ଷା ଦେଇପାରିନାହାନ୍ତି ସେହି ମାର୍କ

ଗୁଡିକୁ ଆଭରେଜ ବୋଲି କାଉଣ୍ଟ କରାଯିବ। ସେହିଭଳି ୩ଟି ବିଷୟରେ ଦେଇଥିବା ପରୀକ୍ଷାର୍ଥୀ ଦୁଇଟି

ବେଷ୍ଟ ରେଜଲ୍ଟକୁ ଅନ୍ୟ ବିଷୟ ଗୁଡିକର ଆଭରେଜ ମାର୍କିଂ କରାଯିବ। ମୋଟ ୬ ବିଷୟରେ ପରୀକ୍ଷା

ହୋଇପାରିଛି। ସେଥିରେ ଗଣିତ, ଇଂରାଜୀ,

ବିଜ୍ଞାନ ପ୍ରମୁଖ ବିଷୟ ଗୁଡିକ ମଧ୍ୟ ସଫଳତାର ସହ ପରୀକ୍ଷା କରେଇଛି ସିବିଏସଇ । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯଦି

ପରୀକ୍ଷାର୍ଥୀ ୨ୟ ବୋର୍ଡ ଦେବାକୁ ଚାହାନ୍ତି ସେମାନେ ପରୀକ୍ଷା ମଧ୍ୟ ଦେଇପାରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande