ମୂରୀବାହାଲ ବ୍ଲକ୍ ରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ଯୋଜନାର ପ୍ରସ୍ତୁତି ତାଲିମ
ବଲାଙ୍ଗିର, ୧୯ ମାର୍ଚ୍ଚ (ହି.ସ.)- ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ମୁରୀବାହାଲ ବ୍ଲକ୍ ଠାରେ ଅରୁଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗୀରର ଆୟୋଜନ କ୍ରମେ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କ ପାଇଁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି କରିବାକୁ ଏକ ତାଲିମ
ମୂରୀବାହାଲ ବ୍ଲକ୍ ରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ର ଯୋଜନା ପ୍ରସ୍ତୁତି ତାଲିମ।


ବଲାଙ୍ଗିର, ୧୯ ମାର୍ଚ୍ଚ (ହି.ସ.)- ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ମୁରୀବାହାଲ ବ୍ଲକ୍ ଠାରେ ଅରୁଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗୀରର ଆୟୋଜନ କ୍ରମେ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କ ପାଇଁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି କରିବାକୁ ଏକ ତାଲିମ ଅନୁଷ୍ଠିତ ହୋଇଯାଇଛି। ତାଲିମ ଆରମ୍ଭରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ ଖୁଆସ ସମସ୍ତଙ୍କୁ ସ୍ଵାଗତ ଜଣାଇ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା କମିଟିର କାର୍ଯ୍ୟକ୍ରମ ଉପରେ କିଶୋର ନ୍ୟାୟ ଆଇନ୍ ଉପରେ ଶିଶୁ ମାନଙ୍କର ଯତ୍ନ ଓ ସୁରକ୍ଷା ଉପରେ ଜଣାଇଥିଲେ। ଏହି ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁରୀବାହାଲ ବ୍ଲକ୍ ର ଗୋଷ୍ଠି ଉନ୍ନୟନ ଅଧିକାରୀ ବାସନ୍ତୀ ସେଠ୍ ଉପସ୍ଥିତ ରହି ଶିଶୁ ମାନଙ୍କ ପାଇଁ ଥିବା ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠିର ୫ ପ୍ରତିଶତ ଯୋଜନା ରଖି ଶିଶୁଙ୍କ ପାଇଁ ଖର୍ଚ୍ଚ କରିବା ପାଇଁ ତାଲିମରେ ଜଣାଇଥିଲେ। ତାଲିମରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରସନ୍ନ ନାଗ ଉପସ୍ଥିତ ରହି ତାଲିମ୍ ନେଇ ଶିକ୍ଷା ଲାଭ କରି କାମରେ ଲଗାଇବା ପାଇଁ ସମସ୍ତ ସରପଞ୍ଚ ଓ ଇ.ଓ. ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରେ ଅବସ୍ଥିତ ଥିବା ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ତାଲିମ ର ଲକ୍ଷ୍ୟ ଓ ଲକ୍ଷ୍ୟ ଉପରେ ସରପଞ୍ଚ ଓ ଇ.ଓ. ମାନଙ୍କର ଭୂମିକା , ଦାୟିତ୍ଵ ଉପରେ ଜଣାଇଥିଲେ ଏବଂ ଆଶିର୍ବାଦ, ଗ୍ରୀନ ପାସେଜ, ପୃଷ୍ଠପୋଷକତା ସହାୟତା ରାଶି, ଯଶୋଦା ଯୋଜନା ସମ୍ପର୍କରେ ଜଣାଇଥିଲେ ଓ ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠି ର ଅନ୍ ଟାଏଡ ପାଣ୍ଠିର ୫ ପ୍ରତିଶତ ବିପଦସଙ୍କୁଳ ଅବସ୍ଥାରେ ଥିବା ଶିଶୁ ମାନଙ୍କୁ ଚିହ୍ନଟ କରି ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି କରିବାକୁ ଗୋଷ୍ଠିଭିତ୍ତିକ ଯୋଜନା ଓ ବ୍ୟକ୍ତିଗତ ଯୋଜନା ଉପରେ ଏକ ତାଲିମ ପ୍ରଦାନ କରିଥିଲେ।

ଏହି ତାଲିମ ପ୍ରଦାନ ପୂର୍ବରୁ ଏବଂ ତାଲିମ ପରବର୍ତୀ ପର୍ଯ୍ୟାୟରେ ୧୦ଟି ପ୍ରଶ୍ନ ପ୍ରସ୍ତୁତି କରି ସମସ୍ତ ସରପଞ୍ଚ ଓ ପି.ଇ.ଓ. ଙ୍କୁ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଗୁଡଭେଲା ବ୍ଲକ୍ ର ୨୨ଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ଇ ଓ, ଏ ଡି ଇ ଓ ଉପସ୍ଥିତ ଥିଲେ। ଏହି ଅବସରରେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇ ଉପସ୍ଥିତ ରହି ଡ୍ରପ ଆଉଟ୍ ଶିଶୁଙ୍କ ନିମନ୍ତେ ସ୍ୱତନ୍ତ୍ର ଶିକ୍ଷା ବ୍ୟବସ୍ଥା ଉପରେ ବିଭିନ୍ନ ଯୋଜନା ଉପରେ ମତାମତ ଦେଇଥିଲେ। ସି ଡି ପି ଓ କାର୍ଯ୍ୟାଳୟର ସୁପରଭାଇଜର ଅନଯୁମନ ନିଶା ଉପସ୍ଥିତ ରହି ବାଲ୍ୟ ବିବାହ ଉପରେ ଜଣାଇଥିଲେ। କାର୍ଯକ୍ରମ ରେ ଚାଇଲ୍ଡ ହେଲ୍ପ ଲାଇନର ସୁଦନ ଖମାରି ସକ୍ରିୟ ଅଂଶ ଗ୍ରହଣ କରିଥିଲେ।ୟୁଥ୍ ସର୍ଭିସ ସେଣ୍ଟରର ସମ୍ପାଦକ ଉମେଶ ପୁରୋହିତ ଚାଇଲ୍ଡ ଫ୍ରେଣ୍ଡଲି ଗ୍ରାମ ପଞ୍ଚାୟତ ଗଠନ କରିବାରେ ଗ୍ରାମ ପଞ୍ଚାୟତର ଭୂମିକା ଉପରେ ଉପସ୍ଥାପନା କରିଥିଲେ। ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ହରିବନ୍ଧୁ ରାଉତ୍ ଉପସ୍ଥିତ ରହି ବିପଦସଙ୍କୁଳ ଅବସ୍ଥାରେ ଥିବା ଶିଶୁ ମାନଙ୍କ ପାଇଁ ୧୦୯୮ କୁ ଫୋନ କରିବାକୁ ଜଣାଇବା ସହ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande