ପରମ ପୂଜନୀୟ ଡ. କେଶବ ବଳିରାମ ହେଡ଼ଗେୱାରଙ୍କ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 19 ମାର୍ଚ୍ଚ (ହି.ସ.)- ପରମ ପୂଜନୀୟ ଡ. କେଶବ ବଳିରାମ ହେଡ଼ଗେୱାରଙ୍କ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠାତା, ଅନନ୍ୟ ରାଷ୍ଟ
ହେଡଗେୱାର


ଭୁବନେଶ୍ୱର, 19 ମାର୍ଚ୍ଚ (ହି.ସ.)- ପରମ ପୂଜନୀୟ ଡ.

କେଶବ ବଳିରାମ ହେଡ଼ଗେୱାରଙ୍କ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ

ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର

ପ୍ରତିଷ୍ଠାତା,

ଅନନ୍ୟ ରାଷ୍ଟ୍ରଭକ୍ତ ପରମ ପୂଜନୀୟ ଡ. କେଶବ ବଳିରାମ ହେଡ଼ଗେୱାରଙ୍କ

ଜୟନ୍ତୀ ଅବସରରେ ଭକ୍ତିପୂତ ପ୍ରଣାମ ।

ମୁଖ୍ୟମନ୍ତ୍ରୀ କହିଛନ୍ତି

ଯେ, ସଂଗଠନ ଓ ରାଷ୍ଟ୍ରବାଦର ଅମୃତ ମନ୍ତ୍ରରେ ସମଗ୍ର ଭାରତବର୍ଷକୁ ଦୀକ୍ଷିତ କରିବା ସହ ସମାଜରେ

ଏକତା, ସେବା ଓ ଅନୁଶାସନର ଭାବନା ଜାଗ୍ରତ କରିବାରେ ତାଙ୍କର ଅବଦାନ

ଅତୁଳନୀୟ। ମାତୃଭୂମିର ପରମ ବୈଭବ ତଥା ଅଖଣ୍ଡତା ରକ୍ଷା ପାଇଁ ସେ ପ୍ରଦର୍ଶନ କରିଥିବା ମାର୍ଗ, ଆମ ସମସ୍ତଙ୍କୁ ଏକ ସମୃଦ୍ଧ, ସଂସ୍କାର

ସମ୍ପନ୍ନ ଓ 'ବିକଶିତ ଭାରତ' ଗଠନ

ପାଇଁ ନିରନ୍ତର ପ୍ରେରଣା ଯୋଗାଇବ।

ତାଙ୍କର ଅଦମ୍ୟ ତ୍ୟାଗ ଓ

ନିଷ୍ଠା ପ୍ରତି ସମ୍ମାନ ଜଣାଇ ଆସନ୍ତୁ ଆମେ ସମସ୍ତେ 'ରାଷ୍ଟ୍ର

ପ୍ରଥମ' ସଂକଳ୍ପ ସହ ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜକୁ ସମର୍ପିତ

କରିବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande