
ଭୁବନେଶ୍ୱର, 19 ମାର୍ଚ୍ଚ (ହି.ସ.)- ରାଷ୍ଟ୍ରୀୟ
ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚୈତ୍ର ଶୁକ୍ଳ ପ୍ରତିପଦା ତଥା ରାଷ୍ଟ୍ରୀୟ ନବବର୍ଷର ପବିତ୍ର ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ
ଅଭିନନ୍ଦନ ଜଣାଉଛି। ଆମ ସନାତନ ସଂସ୍କୃତିରେ ଏହି ପବିତ୍ର ତିଥି କେବଳ ଏକ କାଳଖଣ୍ଡର
ପରିବର୍ତ୍ତନ ନୁହେଁ, ବରଂ ଏହା ହେଉଛି ସୃଷ୍ଟିର
ପ୍ରାରମ୍ଭ ଓ ନୂତନ ସଂକଳ୍ପର ଦିବସ।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ଏହି ନୂତନ ବର୍ଷରେ ଆସନ୍ତୁ ଆମେ ସମସ୍ତେ 'ବସୁଧୈବ କୁଟୁମ୍ବକମ୍' ଭାବନାରେ ଅନୁପ୍ରାଣିତ ହୋଇ
ଏକ ସମୃଦ୍ଧ ଓଡ଼ିଶା ତଥା ବିକଶିତ ଭାରତ ଗଠନ ପାଇଁ ପୁନର୍ବାର ଶପଥ ନେବା। 'ସର୍ବେ ଭବନ୍ତୁ ସୁଖିନଃ' ମନ୍ତ୍ରକୁ ହୃଦୟଙ୍ଗମ କରି ମାତୃଭୂମିର ସେବାରେ ନିଜକୁ
ସମ୍ପୂର୍ଣ୍ଣ ଉତ୍ସର୍ଗ କରିବା। ଏହି ନୂତନ ବର୍ଷ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଓ ଅପାର ସମୃଦ୍ଧିରେ ଭରିଦେଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା