
ଭୁବନେଶ୍ୱର, 19 ମାର୍ଚ୍ଚ (ହି.ସ.)- କେନ୍ଦ୍ରୀୟ
ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ଥାପକ ଏବଂ ପ୍ରଥମ
ସରସଂଘଚାଳକ ଡ଼ଃ କେଶବ ବଳିରାମ ହେଡ଼ଗେୱାରଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
କରିଛନ୍ତି।
ନିଜ ସୋସିଆଲ ମିଡିଆ ବାର୍ତ୍ତାରେ
ପ୍ରଧାନ ଡ଼ଃ ହେଡ଼ଗେୱାରଙ୍କୁ ନମନ କରି କହିଛନ୍ତି ଯେ ସେ ରାଷ୍ଟ୍ରଜୀବନକୁ ସଂଗଠିତ, ସଂସ୍କାରିତ ଏବଂ ସଶକ୍ତ କରିବା ପାଇଁ ଯେ ସଂକଳ୍ପ ନେଇଥିଲେ, ତାହା ଆଜି ଏକ ବିଶାଳ ବଟବୃକ୍ଷ ରୂପେ ସମାଜକୁ ଦିଗଦର୍ଶନ ଦେଉଛି।
କେନ୍ଦ୍ରୀୟ ମନ୍ତ୍ରୀ
କହିଛନ୍ତି ଯେ ଡ଼ଃ ହେଡ଼ଗେୱାରଙ୍କ ଜୀବନ ତ୍ୟାଗ, ତପସ୍ୟା, ଶିଷ୍ଟାଚାର ଏବଂ ରାଷ୍ଟ୍ରନିଷ୍ଠାର ଅନୁପମ ଉଦାହରଣ ଅଟେ। ସେ
କହିଛନ୍ତି ଯେ ତାଙ୍କର ଚିନ୍ତାଧାରା ‘ରାଷ୍ଟ୍ର ପ୍ରଥମ’ର ଭାବନାକୁ ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ
ଜାଗୃତ କରିଛି।
ଧର୍ମେନ୍ଦ୍ର ପ୍ରଧାନ ଏହା
ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଡ଼ଃ ହେଡ଼ଗେୱାରଙ୍କ ସଂକଳ୍ପ ଆଜି ମଧ୍ୟ କୋଟି କୋଟି ସ୍ୱୟଂସେବକଙ୍କ
ପାଇଁ ପ୍ରେରଣାର ଉତ୍ସ ରହିଛି ଏବଂ ତାଙ୍କ ଜୀବନ ମୂଲ୍ୟରୁ ସମାଜ ନିରନ୍ତର ମାର୍ଗଦର୍ଶନ ପାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା