
ଭୁବନେଶ୍ୱର, ୧୯ ମାର୍ଚ୍ଚ (ହି.ସ.) - କଟକ ଏସସିବିରେ ଅଗ୍ନିକାଣ୍ଡ ପରେ ଆକ୍ସନ ମୁଡ଼ କୁ ଆସିଛନ୍ତି ସରକାର। ମେଡିକାଲ କଲେଜ, ଡିଏଚ୍ଏଚ୍ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନରେ ଅଗ୍ନି ନିରାପତା ମାପ ଏବଂ ବୈଦ୍ୟୁତିକ ସୁରକ୍ଷା ଯାଂଚର ଅନୁପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରୀାଜ୍ୟ ସରକାର। ଯଦି ଯାଂଚ ସମୟରେ କୌଣସି ତ୍ରୁଟି ଦେଖାଯାଏ, ତେବେ ହସ୍ପିଟାଲ ଭିତିଭୂମି ଏବଂ ବାସିନ୍ଦାଙ୍କୁ ସୁରକ୍ଷା ଦେବା ପାଇଁ ପ୍ରାଥମିକତା ଭିତିରେ ତୁରନ୍ତ ସଂଶୋଧନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ପୂର୍ତ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା