ବ୍ରହ୍ମବରଦା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ନେଇ ବିଜେପି ରାଜ୍ୟ ମୁଖପାତ୍ରଙ୍କୁ ଭେଟିଲେ ଗ୍ରାମବାସୀ
ଧର୍ମଶାଳା,୧୯ମାର୍ଚ୍ଚ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ବ୍ରହ୍ମବରଦା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗଲା କିଛି ଦିନ ହେବ ଏଠା
ବ୍ରହ୍ମବରଦା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର


ଧର୍ମଶାଳା,୧୯ମାର୍ଚ୍ଚ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ବ୍ରହ୍ମବରଦା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗଲା କିଛି ଦିନ ହେବ ଏଠାରେ ନିଯୁକ୍ତ ପାଇ ଥିବା ଡାକ୍ତର ଟି ସୂର୍ୟ୍ୟକାନ୍ତ ପଦୋନ୍ନତି ହେବା ପରେ ସେ ଏଠାରୁ ଚାଲି ଯାଇଛନ୍ତି । ଫଳରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ୧୦ ଗୋଟି ପଂଚାୟତର ଶହଶହ ରୋଗୀମାନେ ଏବେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ତୁରନ୍ତ ଡାକ୍ତର ନିଯୁକ୍ତି ନେଇ ଗ୍ରାମବାସୀ ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ରଙ୍କୁ ଭୁବନେଶ୍ୱରରେ ତାଙ୍କ କାର୍ୟ୍ୟାଳୟରେ ଭେଟି ସ୍ୱାସ୍ଥ୍ୟ କେନ୍ଦ୍ର ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ଏନେଇ ଶ୍ରୀ ମହାପାତ୍ର ବିଭାଗୀୟ ମନ୍ତ୍ରୀଙ୍କୁ ଜଣାଇବା ସହିତ ଏକ ସପ୍ତାହ ମଧ୍ୟରେ ଡାକ୍ତର ନିଯୁକ୍ତି ଦିଆଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୃତି ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande