ପଖାଳ ଦିବସରେ ପାନ୍ଥନିବାସରେ ଆୟୋଜିତ ହୋଇଛି ପଖାଳ ପରବ
ଭୁବନେଶ୍ୱର, 19 ମାର୍ଚ୍ଚ (ହି.ସ.)- ବିଲରୁ ବେଲା, ୱାର୍ଲ୍ଡ ସେବାରେ ସାମିଲ ହେବା ପାଇଁ ଆରମ୍ଭ ହେବ ପ୍ରୟାସ । ଆସନ୍ତାକାଲି 8 କୁଇଣ୍ଟାଲ ଚାଉଳର ପଖାଳ ଭାତ ପରସା ଯିବ । ଏହା ସହ ୩୫୬ ପ୍ରକାର ବ୍ୟଞ୍ଜନ ବ୍ୟବସ୍ଥା ରହିଛି । ଆଇସିଏଆର, ଆଇଏଚଏମ, ଏଥର ଓଟିଡିସି ସହିତ କର
ପଖାଳ ଦିବସରେ ପାନ୍ଥନିବାସରେ     ଆୟୋଜିତ ହୋଇଛି ପଖାଳ ପରବ


ଭୁବନେଶ୍ୱର, 19 ମାର୍ଚ୍ଚ (ହି.ସ.)- ବିଲରୁ ବେଲା, ୱାର୍ଲ୍ଡ ସେବାରେ ସାମିଲ ହେବା

ପାଇଁ ଆରମ୍ଭ ହେବ ପ୍ରୟାସ । ଆସନ୍ତାକାଲି 8 କୁଇଣ୍ଟାଲ ଚାଉଳର ପଖାଳ ଭାତ ପରସା ଯିବ । ଏହା ସହ ୩୫୬ ପ୍ରକାର ବ୍ୟଞ୍ଜନ ବ୍ୟବସ୍ଥା ରହିଛି । ଆଇସିଏଆର, ଆଇଏଚଏମ, ଏଥର ଓଟିଡିସି ସହିତ କରିଛନ୍ତି

କୋଲାବ । ପଖାଳ ଦିବସ ପାଇଁ ଚଳିତ ବର୍ଷ

ଭୁବନେଶ୍ଵର ସ୍ଥିତ ପାନ୍ଥନିବାସରେ ଆୟୋଜିତ ହୋଇଛି ପଖାଳ ପରବ ର ଭବ୍ୟ ଆୟୋଜନ । ଆଜି

ଉନ୍ମୋଚନ ହୋଇଛି ପଖାଳ ପରବ

କାର୍ଯ୍ୟକ୍ରମ । ପ୍ରଥମ ଦିନରେ ପ୍ରଥମ ସେସନ୍ ରେ ଏକ କର୍ମଶାଳା କରାଯାଉଛି ।

ଯେଉଁଥିରେ ପଖାଳ ଉପରେ

ରିସର୍ଚ୍ଚ କରିଥିବା ବ୍ୟକ୍ତି ବିଶେଷ, ଡାକ୍ତର

ଏବଂ ଓଡିଆ

ଖାଦ୍ୟରେ ରୁଚି ରଖୁଥିବା

ଲୋକେ ସାମିଲ । ଏଥର

ଦୁଇ ଦିନିଆ କାର୍ଯ୍ୟକ୍ରମ

ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ସେଂଟ୍ରାଲ ରାଇସ ରିସର୍ଚ୍ଚ ଇନଷ୍ଟିଚ୍ୟୁଡ ସାମିଲ ଅଛି ।

ଯେଉଁଥିରେ ଅନେକ୍ ବୈଜ୍ଞାନିକ

ମାନେ ଏହା ଉପରେ

ଆଲୋଚନା କରୁଛନ୍ତି । ପଖାଳ ପରବରେ ଏଥର ବିଶେଷ୍ ଆକର୍ଷଣ ରହିଛି ୱାର୍ଲ୍ଡ ରେକର୍ଡ ପ୍ରଚେଷ୍ଟା, ଆଲୋଚନା ଚକ୍ର,ଐତିହାସିକ ଖାଦ୍ୟ ପ୍ରଦର୍ଶନ । ଏଥର ୩ ଟି

ଡାଇନିଂ ହଲ କରାଯାଇଛି ।

ଯେଉଁଥିରେ ଗାଆଁ ଥିମ୍

ପଖାଳ ଭାତ ପରସା ଯିବ । ଗୋଟେ ହଲରେ କର୍ମଶାଳା

ରହିବ । ଏବଂ ଅନ୍ୟ ହଲ୍ ରେ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଙ୍କ ସମେତ ବିଶିଷ୍ଟ

ବ୍ୟକ୍ତି ବିଶେଷ୍ ପଖାଳ ଖାଇବାର ବ୍ୟବସ୍ଥା କରାଯାଇଛି । ଓଡିଆ ଘରେ

ଏବଂ ଓଡ଼ିଶାରେ ମହାପ୍ରଭୁ ଜଗନ୍ନାଥଙ୍କ

ପାଖରୁ ନେଇ ବିଶ୍ଵ ଦରବାରରେ

ପଖାଳର ପସରା । ବିଭିନ୍ନ ପ୍ରକାର ଚାଉଳ

ଭାତର ପଖାଳ ବିଷୟରେ ଏଥର ଚର୍ଚ୍ଚା

ଆଲୋଚନା ହେଉଛି । ବାସି ସଜ, ପଖାଳ , ଦହି ପଖାଳ, ଆମ୍ଭ ପଖାଳ ଏମିତି

ବିଭିନ୍ନ ପ୍ରକାର ପଖାଳ

ଖାଇବାର ଶରୀରରେ ଉପକାରିତା ବିଷୟରେ କୁହାଯାଉଛି । ପୂର୍ବରୁ ଲୋକମାନେ ଖାଉଥିବା

କଂସା ଓ ମାଟି ପାତ୍ରକୁ ଏଥର

ସ୍ଥାନ ଦିଆଯାଇଛି । ୪୦ ପ୍ରକାର ଚାଉଳକୁ

ସୋ କେସକରାଯାଉଛି ।. ବିଭିନ୍ନ ପ୍ରକାର ତୋରାଣି ହାଣ୍ଡି ବ୍ୟବସ୍ଥା ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande