ପଲିସି ବଜାର, ଆରଏସପିରେ ଠିକା କାମକରିବା କହି ମହିଳାମାନଙ୍କୁ ଟାର୍ଗେଟ କରି ଲକ୍ଷ ଲକ୍ଷ ଠକିଥିବା ଲୋକକୁ ଗିରଫ କରୁନି କାହିଁକି ରାଉରକେଲା ପୁଲିସି
ରାଉରକେଲା,୧୯ ମାର୍ଚ୍ଚ(ହି.ସ.) – ପ୍ରଥମେ ଘରୋଇ ସଂପର୍କ ତିଆରି କରି ମହିଳା ମାନଙ୍କ ପାଖରେ କେତେ ମାଲ ଅଛି ତାର ଆକଳନ କରିବା ପରେ ପଲିସିବଜାରରେ ଟଙ୍କା ଲଗାଅ ବଡ ଲୋକ ହେବ, ପରେ ରାଉରକେଲା ଷ୍ଟିଲ ପ୍ଲାଟଂରେ କାମ ନେଇଛି ଟଙ୍କା ଲାଗାଅ ଭଲ ଫାଇଦା ମିଳିବ କହି ରାଉରକେଲାରେ ଅନେକ ନିରୀହ ମହିଳାଙ୍କୁ ଲକ୍
ପଲିସି ବଜାର, ଆରଏସପିରେ ଠିକା କାମକରିବା କହି ମହିଳାମାନଙ୍କୁ ଟାର୍ଗେଟ କରି ଲକ୍ଷ ଲକ୍ଷ ଠକିଥିବା ଲୋକକୁ ଗିରଫ କରୁନି କାହିଁକି ରାଉରକେଲା ପୁଲିସି


ରାଉରକେଲା,୧୯ ମାର୍ଚ୍ଚ(ହି.ସ.) – ପ୍ରଥମେ ଘରୋଇ ସଂପର୍କ ତିଆରି କରି ମହିଳା ମାନଙ୍କ ପାଖରେ କେତେ ମାଲ ଅଛି ତାର ଆକଳନ କରିବା ପରେ ପଲିସିବଜାରରେ ଟଙ୍କା ଲଗାଅ ବଡ ଲୋକ ହେବ, ପରେ ରାଉରକେଲା ଷ୍ଟିଲ ପ୍ଲାଟଂରେ କାମ ନେଇଛି ଟଙ୍କା ଲାଗାଅ ଭଲ ଫାଇଦା ମିଳିବ କହି ରାଉରକେଲାରେ ଅନେକ ନିରୀହ ମହିଳାଙ୍କୁ ଲକ୍ଷ ଲକ୍ଷ ଟଙ୍କା ଠକି ଆରାମରେ ସହରରେ ଘୁରିବୁଲୁଥିବା ଅଜୟ ଦାସ ଓ ତାର ପତ୍ନୀ ପିଙ୍କି ଦାସଙ୍କୁ ଆଜିଯାଏ ରାଉରକେଲା ପୁଲିସି ଗିରଫ ନକରି କାହିଁକି ଚାଡିଦେଇଛି ଓ ସେ ଏହାର ଫାଇଦା ନେଇ ସଂପୃକ୍ତ ମହିଳା ମାନଙ୍କୁ ନାନା ଧମକ ଦେଇ ନାଲିି ଆଖି ଦେଖାଇ ପୁଣି ଓଲଟି ସେହି ମହିଳାମାନଙ୍କ ବିରୋଧରେ ମାମଲା କରି ମହିଲାମାନଙ୍କ ମୁହଁ ବନ୍ଦ କରିବା ଲାଗି ଉଦ୍ୟମ କରିବାରେ ସଫଳ ହେଉଛି ଏଥିରେ ରାଉରକେଲା ପୁଲିସିକୁ କି ଫାଇଦା ମିଳୁଛି, ସରକାରଙ୍କର କେଉଁ ଯୋଜନାରେ ଏହା ରହିଛି କାହିଁକି ମହିଳା ମାନଙ୍କୁ ପୁଲିସି ନ୍ୟାୟ ଦେଇପାରୁନାହଁ ତାହା ଏବେ ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ଏହି ଭଳି ଏକ ମାମଲାରେ ରାଉରକେଲା ଏସପି ଙ୍କୁ ଆଜି ଜଣେ ରିନା ସିଂ ନାମକ ମହିଳା ଭେଟି ନିଜ ଦୁଖ ଜଣାଇବା ସହ ତାଙ୍କର ପ୍ରାୟ ୭ଲକ୍ଷ ୭୫ ହଜାର ଟଙ୍କ। ସେହି ବ୍ୟକ୍ତି ଓ ତାର ପତ୍ନୀ ଠକି ନେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି, ରାଉରକେଲା ଏସପି ଏହି ଘଟଣା ଶୁଣିବା ପରେ ମହିଳା ଜଣଙ୍କୁ ୧୦ ଦିନ ସମୟଦେଇ ମାମଲାର ବିଚାର ଲାଗି କଥା ଦେଇଛନ୍ତି ବୋଲି ରିନା ସିଂ କହିଛନ୍ତି। ତା ଭିତରେ ରାଉରକେଲା ଛେଣ୍ଡ ଥାନାରେ ମଧ୍ୟ ଏହି ବ୍ୟକ୍ତି ଓ ତାର ପତ୍ନୀ ମିଶି ସେହି ଭଳି ଉପାୟରେ ଜୟନ୍ତୀ ଦାସ ନାମକ ମହିଳାଙ୍କୁ ଠକି ପ୍ରାୟ ୧୧ ଲକ୍ଷ ୪୦ହଜାର ଟଙ୍କା ଲୁଟିନେବା ସହ ତାଙ୍କର କ୍ରେଡିଟ କାର୍ଡକୁ ବ୍ୟବହାର କରି ଟଙ୍କା ନେଇଯାଇଥିବା ଘଟଣାକୁ ନେଇ ଶ୍ରୀମତୀ ଜୟନ୍ତୀ ଛେଣ୍ଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ହେଲେ ଛେଣ୍ଡ ପୁଲିସି ଆଜି ଯାଏ କୌଣସି ଏତଲା କରିନାହିଁ ବୋଲି ଖବର ମିଳିଛି। ଏହି ବ୍ୟକ୍ତି ଅଜୟ ଦାସ ଜଣେ ସ୍ୱାସ୍ଥ ବୀମାରେ କାମ କରୁଥିବାର ପରିଚୟ ରଖନ୍ତି। ତାଙ୍କ ସହ ତାଙ୍କ ପତ୍ନୀ, ମଧ୍ୟ ସେହି କାମ କରନ୍ତି। ତେବେ ରିନା ସିଂ ନାମକ ମହିଳା ଜିଏ କି ବାସନ୍ତୀ କଲୋନିରେ ରୁହନ୍ତି, ସେ ଜଣେ କମ ବୟସର ବିଧବା, ତାଙ୍କର ପରିବାର ରହିଛି, ତାଙ୍କୁ ପ୍ରଥମେ ପଲିସି ବଜାର କଥା କହି ଭଲ ରୋଜଗାର ହେବ କହି ଛେଣ୍ଡରେ ଥିବା ଆରଏସପିର ଜଣେ ପରିଚିତ ଚେହେରାଙ୍କ ଘର ଠିକଣାରେ ପହଁଚାଇଥିଲା। ସେଠାରେ ରିନା ପ୍ରଥମେ ୩ଲକ୍ଷ ୫୦ହଜାର ଟଙ୍କା ଲାଗାଇଥିଲେ କିଛି ୍ଦିନ ଗଲା ରିନାଙ୍କୁ ସେ ଏଥିରେ ଏଜେଂଟ କାମ କରିବାକୁ କହି ସମୟ ବିତାଇବା ପରେ କହିଥିଲେ ଯେ ଆରଏସପିରେ କଂପ୍ୟୁଟର ଯୋଗାଣ ର ଟେଣ୍ଡର ବାହାରିଛି ସେଥିରେ କାମ କଲେ ଭଲ ପଇସା ବାହାରିବ। ପୁଣି ମହିଳା ଜଣକ ୪ଲକ୍ଷ ଟଙ୍କା ଧାର ଉଧାର କରି ଶ୍ରୀ ଦାସଙ୍କୁ ଦେଲେ। ସମୟ ବିତିଲା ଦିନ ଗଡିଚାଲିଲା ହେଲେ ପାଇସା ପତ୍ର ଆଉ ନମିଳିବାରୁ ମହିଳା ଜଣକ ସନ୍ଦେହ କରି ତାଙ୍କୁ ପଚରା ଉଚାରା କରି ଟଙ୍କା ଫେରାଇବାକୁ କହିଲେ, କିନ୍ତୁ ବାବୁ ଅଜୟ ଆଉ ଧରା ଛୁଆଁ ଦେଲେନାହିଁ ଓଲଟି କୁଆଡେ ସ୍ୱାମୀ ସ୍ତ୍ରୀ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଲେ। ଏହାପରେ ପିଡିତା ରିନା ଉଦିତନଗର ଥାନା ରେ ଏତଲା ଲେଖିକିଦେଲେ , ହେଲେ ପୁଲିସି ତାକୁ ପ୍ରଥମେ ଗ୍ରହଣ କଲାନି , ପରେ ଚାପ ହେବାରୁ ଗ୍ରହଣ କଲା ,ମାମଲା କଲା ହେଲେ ଆଜିଯାଏ ଅଭିଯୁକ୍ତମାନଙ୍କୁ ଗିରଫ କରିନାହିଁ ବୋଲି ଅଭିଯୋଗ ହୋଇଛି। ଏହା ଭିତରେ ଅଭିଯୁକ୍ତ ସୁଯୋଗ ନେଇ ସେକ୍ଟର ୧୫ ଥାନାରେ ଏହି ମହିଳାଙ୍କ ବିରୋଧରେ ଏକ ମାମଲା କରି ମହିଳା ଜଣଙ୍କୁ ହଇରାଣ କରିବା ଆରମ୍ଭ କରିଦେଛି ଯେଉଁଥିଲାଗି ସେ ଆଜି ଏସପି ଅଫିସ ଯାଇଥିଲେ। ଠିକ ସେହି ଭଳି ଛେଣ୍ଡରେ ରହୁଥିବା ମହିଲା ଜୟନ୍ତୀ ଦାସ ଜିଏ କି ଏକ ଘରୋଇ ବିଦ୍ୟାଳୟରେ କାମ କରନ୍ତି। ତାଙ୍କୁ ମଧ୍ୟ ସେହି ପଲିସି ବଜାର ଓ ରାଉରକେଲା ଷ୍ଟିଲ ପ୍ଲଟଂ କାମ କଥା କହି ମୋଟ ୧୧ଲକ୍ଷ ୪୦ ହଜାର ଟଙ୍କା ବିଭିନ୍ନ ସମୟରେ ଠକି ନେଇଥିବା କଥା ଛେଣ୍ଡ ଥାନାରେ ଅଭିଯୋଗ ହୋଇଛି । ହେଲେ ପୁଲିସି ଥାନାରେ ବାବୁଙ୍କର ପ୍ରଭାବ ଯୋର ଥିବାରୁ ଆଜି ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି। ଖାଲି ଏହି ଦୁଇ ମହିଳା ନିୁହଁ ସହରର ବହୁ ମହିଳାଙ୍କୁ ଏହି ଭଳି ହାରକିନ ଦେଖାଇ ଆରଏସପି ଅଫିସର ସଂଘର ପୁର୍ବତନ ସବାପତି ବାବୁ ଙ୍କ ଠିକଣାର ଫାଇଦା ନେଇ ଲକ୍ଷ ଲକ୍ଷ ଟଙ୍କା ଲୁଟ କରି ଆରାମରେ ସହରରେ ବୁଲୁଛି କିନ୍ତୁ ପୁଲିସି ନିରବ ହୋଇ ବସିଛି। ରାଜ୍ୟ ସରକାରଙ୍କ ପୁଲିସି ବିଭାଗ ମହିଳା ଓ ଶିଶୁ ମାନଙ୍କୁ ସୁରକ୍ଷା ଦେବା ଲାଗି ଅନେକ ଯୋଜନା କରୁଛନ୍ତି, ଅନେକ କର୍ମଶାଳା କରୁଛନ୍ତି ହେଲେ ରାଉରକେଲା ପୁଲିସିର ଥାନା ବାବୁମାନେ ଏହି ଭଳି ମହିଳା ମାନଙ୍କୁନ୍ୟାୟ ଓ ସୁରକ୍ଷା ଦେଉଛନ୍ତି ଯେଉଁଥିରେ ସେମାନେ ଲକ୍ଷ ଲକ୍ଷ ଟଙ୍କା ଠକେଇର ଶୀକାର ହେବା ସହ ଜୀବନ ମରଣ ରାସ୍ତା ଦେଇ ଗତି କରୁଛନ୍ତି ହେଲେ ଆଜି ଯାଏ ରାଉରକେଲା ଏସପି ଜାଣି ପାରୁନାହାନ୍ତି। ଏହି ଭଳି ଅନେକ ମହିଲା ଠକେଇର ଶୀକାର ହୋଇ ଘରେ ଲୁଚି ଲୁଚି କନ୍ଦୁଛନ୍ତି ଓ ନିଜ ପରିବାରରେ ଏକାହୋଇ ଜୀବନ କାଟୁଛନ୍ତି ବୋଲି ଖବର ମିଳିଛି, ଏ ହେଉଛି ରାଉରକେରେ ଥାନା ବାବୁମାନଙ୍କର କାରବାର, ଠକକୁ ସୁରକ୍ଷା ଦେଉଛନ୍ତି ଓ ଲୋକଙ୍କୁ ଏହି ଭଳି ନ୍ୟାୟ ଦେଉଛନ୍ତି, ଏହାକୁ ଏକ ଉଦାହରଣ ବୋଲି କୁହାଯାଇ ପାରେ। ରାଜ୍ୟ ମୁଖ୍ୟମନ୍ତ୍ରୀ, ରାଜ୍ୟ ମୁଖ୍ୟଶାସନ ସଚିବ, ଗୃହ ସଚିଗ ତୁରନ୍ତ ଏଦିଗରେ ପଦକ୍ଷେପ ନେଇ ଅଭିଯୁକ୍ତମାନଙ୍କୁ ଗିରଫ କରାଇବାରେ ସହଯୋଗ କରିବା ସହ ମହିଳା ମାନଙ୍କୁ ନ୍ୟାୟ ଦେବାକୁ ଦାବି ହେଉଛି।

.......................................

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande