ରମେଶ ଜେନାଙ୍କ ଉପରୁ ନିଲମ୍ବନ ହଟିବନି - ଭକ୍ତ
ଭୁବନେଶ୍ୱର, ୧୯ ମାର୍ଚ୍ଚ (ହି.ସ.) - ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ଉପରୁ ନିଲମ୍ବନ ହଟିବ ନାହିଁ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି ରମେଶଙ୍କ ବିଧାୟକ ପଦ ରଦ୍ଦ ପାଇଁ ଚାର୍ଜସିଟ୍ ପ୍ରସ୍ତୁତ ହେଉଛି। ରମେଶଙ୍କ ପଦ ରଦ୍ଦ ପାଇଁ ଆଜି ବାଚସ୍ପତିଙ୍କୁ ପ୍ରଦାନ କରାଯିବ। ସେ
Bhakta Charan Das (File Photo)


ଭୁବନେଶ୍ୱର, ୧୯ ମାର୍ଚ୍ଚ (ହି.ସ.) - ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ଉପରୁ ନିଲମ୍ବନ ହଟିବ ନାହିଁ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି ରମେଶଙ୍କ ବିଧାୟକ ପଦ ରଦ୍ଦ ପାଇଁ ଚାର୍ଜସିଟ୍ ପ୍ରସ୍ତୁତ ହେଉଛି। ରମେଶଙ୍କ ପଦ ରଦ୍ଦ ପାଇଁ ଆଜି ବାଚସ୍ପତିଙ୍କୁ ପ୍ରଦାନ କରାଯିବ।

ସେ ଆହୁରି କହିଛନ୍ତି ଯେ ବିନା ରମେଶ ଜେନାରେ ଗଞ୍ଜାମ, ବିନା ଭକ୍ତ ଦାସରେ କଂଗ୍ରେସ ଚାଲିପାରିବ। ବ୍ୟକ୍ତି ବଡ଼ ନୁହେଁ ଦଳ ବଡ଼ । ଏଆଇସିସି ରମେଶଙ୍କୁ ସସ୍ପେଣ୍ଡ୍ କରିଛି। ଏହା ବିରୋଧରେ ଯିବା ଉଚିତ ନୁହେଁ। ବିଜେଡିକୁ ବିରୋଧ କରି ବିଜେପିକୁ ଭୋଟ୍, କି ପ୍ରକାର ରାଜନୀତି ବୋଲି ସେ ପ୍ରଶ୍ନ କରିଛନ୍ତି। କ୍ରସ ଭୋଟିଂ ବେଳେ ସମର୍ଥକ ତାଙ୍କୁ ବୁଝେଇବାର ଆବଶ୍ୟକ ଥିଲା।ଗୋଟିଏ ରମେଶ ନୁହେଁ ଗଞ୍ଜାମରେ ହଜାରେ ରମେଶ ଜେନା ଆସିବେ। ସମସ୍ତେ ଦେଖିବେ ଗଞ୍ଜାମରେ କଂଗ୍ରେସ କେମିତି ମଜଭୁତ ହେବ ବୋଲି କହିଛନ୍ତି ଭକ୍ତ ଦାସ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande