
ପୁରୀ, ୧୯ ମାର୍ଚ୍ଚ (ହି.ସ.)- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ହତା ଭିତରେ ଓ ସବରେଜିଷ୍ଟରଙ୍କ କାର୍ଯ୍ୟାଳୟ ନିକଟରେ ପ୍ଲଟ ବିକ୍ରି ବିଜ୍ଞାପନ ଦେଖିବାକୁ ମିଳିଛି | ଏହି ବିଜ୍ଞାପନ କିଏ ଲଗାଇଲା, କାହିଁକି ଲଗାଇଲା, କେଉଁ ଉଦ୍ଦେଶ୍ୟ ନେଇ ଲଗାଇଲା ତାକୁ ଦେଖି ଓକିଲ, ମହକିଲ, ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ସ୍ଥିତିବାନ ପ୍ଲଟ ଏଠାରୁ ୭ କି.ମି. ଦୂରରେ ମିଳୁଛି | ମାଳତୀପାଟପୁର, ୱାଟର ପାର୍କ, ପ୍ରଭୁଜୀ ସ୍କୁଲ ନିକଟରେ ସୁଲଭ ଡରରେ ମିଳେ ବୋଲି ଲେଖା ଅଛିକି | ଗେଟ ସମ୍ମୁଖରେ ଥିବା ଏକ ଛୋଟ ବରଗଛ ଓହଳରେ କଣ୍ଟା ବାଡିଆଯାଇ ଫିକ୍ସଂ କରାଯାଇ
ଥିବା ଦେଖିବାକୁ ମିଳିଛି | ଅଧିକାରୀ, କିଛି ମୋହରିରଙ୍କ ଏଥିରେ ହାତ ରହିଛି ବୋଲି ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି | ସ୍ଥିତିବାନ, ଘରବାରି ଓ ବିଦ୍ୟୁତ ସଂଯୋଗ ଦିଆଯିବ | ସରକାରୀ ରୋଡ଼ ଠାରୁ ପ୍ଲଟ ଉଚ୍ଚା ରହିଛି, ଖାଲ ଜମି ନୁହେଁ | ମାଳତୀ ପାଟପୁର ବସଷ୍ଟାଣ୍ଡ ଠାରୁ ମାତ୍ର ତିନି କିଲୋମିଟର ଓ ଚାଲିକରି ଯାଇହେବ | ପିତେଇପୁର ଛକ ଠାରେ ଏହି ପ୍ଲଟ ରହିଛି | ଯୋଗାଯୋଗ ନମ୍ବର ଦିଆଯାଇଛି, ମଧ୍ୟସ୍ଥି ଦଲାଲଙ୍କୁ ପଚାରିବେ ନାହିଁ | ଏଥିରେ ଖାତା, ପ୍ଲଟ, ଏରିଆ, ନକ୍ସା କିଛି ଦିଆଯାଇନାହିଁ | ପ୍ଲଟେଡ ସ୍କିମ ବି ଲେଖା ନାହିଁ | ଏବେ କିଛି ମାସ ଧରି କେତେକ ଜମି ମାଫିଆ, ମୁନାଫାକାରୀ ମଧ୍ୟସ୍ଥି ସବରେଜିଷ୍ଟର ଅଫିସ ଚାରିପଟେ ବୁଲୁଥିବା ଦେଖିବାକୁ ମିଳୁଛି | ଯଦି ଏହି ବିଜ୍ଞାପନ ଜିଲ୍ଲାପାଳଙ୍କ ହତା ଭିତରେ ଲାଗେ ତେବେ ଅନ୍ୟ ଜମି ମାଲିକଙ୍କ ବ୍ରୋକର ଶହ ଶହ ବିଜ୍ଞାପନ ମାରିବେ ବୋଲି ଆଲୋଚନା କରୁଛନ୍ତି |
ହିନ୍ଦୁସ୍ଥାନ ସମାଚାର / ବିଜୟ