ସୁବାସିନୀ ସ୍ୱାର୍ଥବାଦୀ ନେତା - ପ୍ରମିଳା ମଲ୍ଲିକ
ଭୁବନେଶ୍ୱର, ୧୯ ମାର୍ଚ୍ଚ (ହି.ସ.) - ନବୀନଙ୍କ ନିର୍ଦ୍ଦେଶରେ ଦିଲ୍ଲୀପଙ୍କୁ ଭୋଟ ଦେଇଥିବା ନେଇ ବିଧାୟିକା ସୁବାସିନୀ ଜେନା ରଖିଥିବା ମନ୍ତବ୍ୟକୁ କଡା କାଉଂଟର କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି ନବୀନ ପଟ୍ଟନାୟକ କହିଥିଲେ ସଂତ୍ରୁପ୍ତ ମିଶ୍ର ଓ ଦତେଶ୍ୱର ହୋତାଙ୍କୁ
pramila malik


ଭୁବନେଶ୍ୱର, ୧୯ ମାର୍ଚ୍ଚ (ହି.ସ.) - ନବୀନଙ୍କ ନିର୍ଦ୍ଦେଶରେ ଦିଲ୍ଲୀପଙ୍କୁ ଭୋଟ ଦେଇଥିବା ନେଇ ବିଧାୟିକା ସୁବାସିନୀ ଜେନା ରଖିଥିବା ମନ୍ତବ୍ୟକୁ କଡା କାଉଂଟର କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି ନବୀନ ପଟ୍ଟନାୟକ କହିଥିଲେ ସଂତ୍ରୁପ୍ତ ମିଶ୍ର ଓ ଦତେଶ୍ୱର ହୋତାଙ୍କୁ ଭୋଟ ଦେବାକୁ। ଦିଲ୍ଲୀପ ରାୟଙ୍କୁ ଭୋଟ ଦେବାକୁ ନବୀନ ପଟ୍ଟନାୟକ କହି ନଥିଲେ। ଚୋର ମୁହଁ ଟାଣ। ତାଙ୍କ ନିର୍ବାଚନ ମଣ୍ଡଳୀରେ ଯଦି କଂଗ୍ରେସ ସହିତ ଲଢ଼େଇ କଥା କହୁଛନ୍ତି,ବିଜେପି ସହିତ କଣ ତାଙ୍କର ବନ୍ଧୁତା ଥିଲା କି ?

ଏଭଳି ନେତା ସ୍ୱାର୍ଥବାଦୀ ନେତା। କ୍ଷମତା ଉପଭୋଗ ପରେ ଓ ସ୍ୱାର୍ଥ ସରିବା ପରେ ଏଭଳି ନିଷ୍ପତି ନେଉଛନ୍ତି। ବିଜେଡିରୁ ଇସ୍ତଫା ଦେଇ ନିଜର ଲୋକ ପ୍ରିୟତାର ପ୍ରମାଣ ଦିଅନ୍ତୁ। ଦଳରେ କିଛି ଅଳିଆ ଥିଲା।ଏବେ ଫିଲଟର ହେଉଛି। ଏଭଳି ନେତା ଯେଉଁ ଦଳକୁ ଯିବେ ଏପରି କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande