
ଭୁବନେଶ୍ୱର, 19 ମାର୍ଚ୍ଚ (ହି.ସ.)- ସ୍ୱାସ୍ଥ୍ୟ
ମନ୍ତ୍ରୀଙ୍କ ନୈତିକତା ନାହିଁ । 13
ରୋଗୀ ପୋଡି ମଲେ । ସେ ଇସ୍ତଫା ଦେଇ ନୀତି ନୈତିକତାର ପରିଚୟ ଦିଅନ୍ତୁ ବୋଲି ବିରୋଧୀ ଦଳ ମୁଖ୍ୟ
ସଚେତକ ପ୍ରମିଳା ମଲ୍ଲିକ ଦାବି କରିଛନ୍ତି। ବିଜେପି ବିରୋଧୀରେ ଥିବା ବେଳେ ମନ୍ତ୍ରୀଙ୍କ ଇସ୍ତଫା
ମାଗିଲେ । ଘରୋଇ ହସ୍ପିଟାଲରେ ନିଆଁ ଲାଗିଲା । ସେ ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ
ଇସ୍ତଫା ଦେଲେ, ହସ୍ପିଟାଲ ମାଲିକ ବି ଗିରଫ ହୋଇଥିଲେ । ଏସସିବି ମେଡିକାଲ
ଅଧିକ୍ଷକଙ୍କୁ ଗିରଫ କରନ୍ତୁ । ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ବିଜେଡିର ଗୃହରେ
ପ୍ରତିବାଦ ଜାରି ରହିବ ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା