
ଭାରସାମ୍ୟ ହରାଇ ନଦୀ ବନ୍ଧ ତଳକୁ ଖସିଲା ସ୍କୁଟି : ଚାଳକ ଆହତଧର୍ମଶାଳା,୧୯ମାର୍ଚ୍ଚ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଦେଓଦା ସେରପୁର ନିକଟରେ ଭାରସାମ୍ୟ ହରାଇ ବ୍ରାହ୍ମଣୀ ନଦୀ ବନ୍ଧ ତଳକୁ ଖସି ଗଲା ସ୍କୁଟି । ଫଳରେ ସ୍କୁଟି ଚାଳକ ଗୁରୁତର ଆହତ ହୋଇଥିବା ବେଳେ ସ୍କୁଟିଟି ଭାଙ୍ଗି ଚୂରମାର ହୋଇଯାଇଛି । ଖବର ପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତି କରିଥିବା ଜଣାପଡିଛି । ସ୍କୁଟି ଚାଳକ ଜଣକ ହେଲେ କୁଆଖିଆ ଥାନା ଅନ୍ତର୍ଗତ ଗୋପାଳପୁର ଅଂଚଳର ସନ୍ତୋଷ ବେହେରା ବୋଲି ଜଣାପଡିଛି । ସନ୍ତୋଷ କୌଣସି ଏକ କାମରେ ସ୍କୁଟି (ଓଡି୦୪କିୟୁ୨୯୩୩)ନେଇ ଯାଉଥିବା ବେଳେ ସେରପୁର ବନ୍ଧ ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବନ୍ଧ ତଳକୁ ଖସି ପଡିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବା ସହିତ ଘର ଲୋକଙ୍କୁ ଖବର ଦେଇଥିଲେ । ଘର ଲୋକେ ତାଙ୍କୁ ସଂଗେ ସଂଗେ ସ୍ଥାନୀୟ ମେଡିକାଲକୁ ନେଇଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ