
ଭୁବନେଶ୍ୱର, ୧୯ ମାର୍ଚ୍ଚ (ହି.ସ.) - ପୋଲିସ ଗିରଫ ଭୟ ଓ ନ୍ୟାୟ ଆଶାରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ୍ୟୁ ପୂର୍ବରୁ ଶେଷ ଭିଡିଓ କରି ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକଙ୍କ ନାଁ ଶୁଧାଂଶୁ ଭୂଷଣ ବେହେରା । ଘର କଟକ ମଧୁପାଟଣା ଥାନା ଅନ୍ତର୍ଗତ କଲ୍ୟାଣୀ ନଗର ଅଂଚଳରେ। କିଛିଦିନ ତଳେ ଜଣେ ଯୁବତୀଙ୍କ ବିରୋଧରେ ଅଭିଯୋଗ ଆଣି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ମୃତ ଯୁବକ। ପ୍ରେମିକା ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିବା ପରେ ଛାଡି ଚାଲିଯାଇଥିଲେ । ପ୍ରେମରେ ପ୍ରତାରଣା ସହିତ ପ୍ରେମିକାର ଭଉଣୀ ପିପିଲି ପୋଲିସରେ ଚାକିରି କରୁଥିବାରୁ ଯୁବକ ଜଣକୁ ଧମକ ଦେଉଥିଲେ। ଏହାସହ ବାରମ୍ବାର ଥାନାରେ ପ୍ରେମିକା ଏତଲା ଦେବାରୁ ଲୋକ ଲଜ୍ଜାରୁ ପ୍ରେମିକ ଶୁଧାଂଶୁ ଶେଷରେ ଜୀବନ ହାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେପଟେ ପ୍ରେମିକାଙ୍କୁ ଦୁଷ୍କର୍ମ କରିବାକୁ ନେଇ ଓଲଟା ଯୁବତୀଙ୍କ ପରିବାର ପକ୍ଷରୁ ପିପିଲି ଥାନାରେ ପୂର୍ବରୁ ଅଭିଯୋଗ ହୋଇଥିଲା। ସହିଦନଗର ଥାନାରେ ମଧ୍ୟ ଯୁବକଙ୍କ ବିରୋଧରେ ପୂର୍ବରୁ ଯୁବତୀ ଜଣଙ୍କ ଏତଲା ଦେଇଥିବା ଜଣାପଡିଛି । ମୃତ୍ୟୁ ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପୁରୀ ହସ୍ପିଟାଲରେ ରଖାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା