ଷୋହଳ ପ୍ରହରୀ ନାମଯଜ୍ଞ ଉଦଯାପିତ
ନୂଆପଡ଼ା,୨୦ ମାର୍ଚ୍ଚ(ହି.ସ.) – ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚିନ୍ଦାଗୁଡ଼ା ତିନିଦିନ ଧରି ଚାଲିଥିବା ଷୋହଳ ପ୍ରହରୀ ନାମଯଜ୍ଞ ଆଜି ଉଦଯାପିତ ହୋଇଯାଇଛି। ଏହି ଅବସରରେ କଳସଯାତ୍ରା ଓ ଅଧିବାସ, ନାମଯଜ୍ଞ ତଥା ଆଜି ପୂର୍ଣ୍ଣାହୁତି ଓ ପ୍ରସାଦ ସେବନ ସହ ଷୋହଳ ପ୍ରହରୀ ନାମଯଜ୍ଞ ଉଦଯାପିତ ହୋଇଥିଲା। ଏହି ନାମଯ
16 prahar- namajagya


ନୂଆପଡ଼ା,୨୦ ମାର୍ଚ୍ଚ(ହି.ସ.) – ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚିନ୍ଦାଗୁଡ଼ା ତିନିଦିନ ଧରି ଚାଲିଥିବା ଷୋହଳ ପ୍ରହରୀ ନାମଯଜ୍ଞ ଆଜି ଉଦଯାପିତ ହୋଇଯାଇଛି। ଏହି ଅବସରରେ କଳସଯାତ୍ରା ଓ ଅଧିବାସ, ନାମଯଜ୍ଞ ତଥା ଆଜି ପୂର୍ଣ୍ଣାହୁତି ଓ ପ୍ରସାଦ ସେବନ ସହ ଷୋହଳ ପ୍ରହରୀ ନାମଯଜ୍ଞ ଉଦଯାପିତ ହୋଇଥିଲା। ଏହି ନାମଯଜ୍ଞରେ କର୍ତା ରୂପେ ଫକୀର ନାଏକ ଓ ତାଙ୍କ ଧର୍ମପତ୍ନୀ ସୁଭଦ୍ରା ନାଏକ ପୂଜକ ରୂପେ ହେମଲାଲ ମିଶ୍ର, ଜପକ ରୂପେ ରଞ୍ଜନ ମିଶ୍ର ଦାୟିତ୍ୱ ନିର୍ବାହ କରିଥିଲେ। ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରର ବଛା ବଛା ଦଶ ଗୋଟି ସଙ୍କୀର୍ତନ ଦଳ ହରିନାମ ପରିବେଷଣ କରିଥିଲେ। ଏହି ଅବସରରେ ଆୟୋଜକ ସଭାପତି ସୁନୀଲ କୁମାର ମାଝୀ, ସମ୍ପାଦକ ଯତୀନ୍ଦ୍ର କୁମାର ବିଶି, କୋଷାଧ୍ୟକ୍ଷ ଭୁଜ ମାଝୀ, ଦକ୍ଷରାଜ ପ୍ରଧାନୀ, କେଦାର ପ୍ରଧାନୀ, ଦେବେନ୍ଦ୍ର ମାଝୀ, ଉମା ଶଙ୍କର ମାଝୀ ସୁରେଶ ମାଝୀଙ୍କ ସହ ଗାଁର ଆବାଳ ବୃଦ୍ଧିବନୀତା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରି ସହଯୋଗ କରିଥିଲେ। ଏହି ପବିତ୍ର ଅଖଣ୍ଡ ନାମଯଜ୍ଞରେ ଉପସ୍ଥିତ ହୋଇ ପ୍ରଭୁଙ୍କ ରସାମୃତ ପାନ କରିବାକୁ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା। ବିଶେଷ କରି ବୈଠକି କାର୍ଯ୍ୟକ୍ରମରେ ଚିନ୍ଦାଗୁଡାଗାଁ ଭକ୍ତଙ୍କ ଭିଡ଼ରେ ଜନସମୁଦ୍ର ପାଲଟିଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande