
ବଲାଙ୍ଗିର, ୨୦ ମାର୍ଚ୍ଚ (ହି.ସ.)- ବଲାଙ୍ଗିର ଆମ ଆଦମୀ ପାର୍ଟି ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ଆମ ଆଦମୀ ପାର୍ଟି ବଲାଙ୍ଗିରର ଆଇନଜିବୀ ତଥା ପୂର୍ବତନ ବାର ଏସୋସିଏସନ ସେକ୍ରେଟେରୀ ପ୍ରମୋଦ ବହିଦାର, କଣ୍ଟାବାଞ୍ଜି ର ସମାଜସେବୀ ତଥା ସାମ୍ବାଦିକ ଯସକେତନ ନାଗ, ଦେଓଗାଁ ବ୍ଲକ ବିଜେଡି କର୍ମୀ ରାଜ କୁମ୍ଭାର, ପୁଇଁନ୍ତଲା ବ୍ଲକର ସମାଜସେବୀ ଲଛମନ ପଟେଲ ଆଦି ପାର୍ଟିର ନୀତି ଆଦର୍ଶରେ ପ୍ରଭାବିତ ହୋଇ ଆପ ନେତା ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ଯୋଗଦେଇ ପାର୍ଟିର ଆଦର୍ଶରେ କାମ କରିବା ପାଇଁ ସଂକଳ୍ପ ନେଇଛନ୍ତି ।
ଶ୍ରୀ ପାଣ୍ଡେ କହିଛନ୍ତି ଆମ ଆଦମୀ ପାର୍ଟି ଗୋଟେ ସ୍ୱଚ୍ଛ, ଶିକ୍ଷିତ, ଭ୍ରଷ୍ଟାଚାର ମୁକ୍ତ, ଦେଶ ଭକ୍ତ ଦଳ, ଆମ ଆଦମୀ ପାର୍ଟି ଦେଶକୁ ଶିକ୍ଷିତ, ସୁସ୍ଥ, ଉନ୍ନତି ଦିଗରେ ଆଗେଇ ନେବା ଏବଂ ଦେଶକୁ ନମ୍ବର ୱାନ କରିବା ଲକ୍ଷ୍ୟ, ଦେଶର ପ୍ରତ୍ୟେକ ଲୋକଙ୍କୁ ବିଜୁଳି, ପାଣି, ଶିକ୍ଷା, ସ୍ୱାସ୍ଥ୍ୟ ରୋଜଗାର ଭଳି ମୈଳିକ ଆବଶ୍ୟକତା ଯୋଗାଇବା ମୂଳ ଲକ୍ଷ୍ୟ ।
ଏହି କାର୍ଯ୍ୟକ୍ରମରେ ଆପ ବଲାଙ୍ଗିରର ପଦାଧିକାରୀ ୟୁଥ ବିଙ୍ଗ ସଭାପତି ରମାକାନ୍ତ ବେହେରା, ବଲାଙ୍ଗିର ବିଧାନସଭା ସଭାପତି ସଦାଶିବ ମେହେର, ବଲାଙ୍ଗିର ସୋସିଆଲ ମିଡିଆ ଇନଚାର୍ଜ ସମ୍ରାଟ କିଶୋର ଭୋଇ, କାହ୍ନୁ କରଣ, ପଙ୍କଜ ସାହୁ, ଶଙ୍କର ପ୍ରସାଦ ନାଗ, ବାଳକୃଷ୍ଣ ନାଏକ, ପ୍ରଶାନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ