




ବଲାଙ୍ଗିର, 20 ମାର୍ଚ୍ଚ (ହି.ସ.)
ସ୍ଥାନିୟ ଦୈନିକ ବଜାର ସ୍ଥିତ ରାମ ଚରିତ ମାନସ ମନ୍ଦିର ରେ ୩୬ ତମ ରାମ ଜନ୍ମୋତ୍ସବ ଉପଲକ୍ଷେ ଚଳିତ ବର୍ଷ ରାମଲୀଳା ମହୋତ୍ସବ ଆରମ୍ଭ ହୋଇଚି। ପ୍ରତିପଦା ୧୯ ମାର୍ଚ ରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସନ୍ଧ୍ୟା ୬.୩୦ ରୁ ଆରମ୍ଭ ହୋଇ ରାତି ୯ ଘଣ୍ଟା ପର୍ଯ୍ୟନ୍ତ ବୃନ୍ଦାବନ ରୁ ଆସିଥିବା ଶ୍ରୀ ବ୍ରଜେଶ୍ୱରି ଲୀଳା ମଣ୍ଡଳ ନାଟକ ମଣ୍ଡଳୀ ରାମ ଲୀଳା ପରିବେଷଣ କରୁଥିବା ବେଳେ ସ୍ୱାମୀ ଭରତ ଭୂଷଣ ଙ୍କ ସଂଗୀତ ମୟ କଥା ପରିବେଷଣ ଶୈଳୀ ଦୁଇ ଦିନ ହେଲା ଭକ୍ତ ମାନଙ୍କୁ ମନ୍ତ ମୁଗ୍ଧ କରିଚି। ପ୍ରଥମ ଦିନ ଗତ କାଲି ଆରମ୍ଭ ରେ ଗଣେଶ ପୂଜନ ସହିତ ଆରମ୍ଭ ହୋଇଥଲା ରାମଲିଳା।ଆଜି ଦ୍ବିତୀୟ ଦିନ ରେ ରାମ ଜନ୍ମ ବଧାଇ ଉତ୍ସବ ଅବସରରେ ପ୍ରଭୁ ଶ୍ରୀ ରାମ ଙ୍କ ଜନ୍ମ ମଣ୍ଡଳୀ ର ଆସିଥିବା କଳାକାର ମାନଂକ ଅଭିନୟ ଦର୍ଶକ ମନଙ୍କୁ ମୁଗ୍ଧ କରିଥିଲା। ତୃତୀୟ ଦିନ ଶିବ ଧନୁ ଭଙ୍ଗ
ସୀତା ବିବାହ ପ୍ରସଙ୍ଗ ରହିଚି। ସ୍ୱାମୀ ଭରତ ଭୂଷଣ ନିର୍ଦ୍ଦେଶିତ ଏହି ରାମ ଲୀଳା ଗୀତା ଅଭିନୟ ଏଠାରେ ସମସ୍ତ ବ୍ୟବସ୍ଥା କୁ ମହିଳା ଭକ୍ତ ମଣ୍ଡଳୀ କହୁଥିବା ବେଳେ ଭକ୍ତ ମଣ୍ଡଳୀ କଥା ଉପଭୋଗ କରୁଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ