ମହିଳା ଓ ଶିଶୁମାନଙ୍କ ପାଇଁ ଆଇନ ସଚେତନତା କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା,୨୦ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ମହିଳା ଓ ଶିଶୁମାନଙ୍କ ପାଇଁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ସମଜା ମଙ୍ଗଳ ଅଧିକାରିଣୀ ସୁଷମା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହିଳା ଆୟୋଗ ସଦସ୍ୟା ଡ଼ କଳ୍ପନା ମହାନ୍ତି ମୁଖ୍ୟ
ମହିଳା ଓ ଶିଶୁ ମାନଙ୍କ ପାଇଁ ଆଇନ ସଚେତନତା କାର୍ଯ୍ୟକ୍ରମ


କେନ୍ଦ୍ରାପଡ଼ା,୨୦ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ମହିଳା ଓ ଶିଶୁମାନଙ୍କ ପାଇଁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ସମଜା ମଙ୍ଗଳ ଅଧିକାରିଣୀ ସୁଷମା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହିଳା ଆୟୋଗ ସଦସ୍ୟା ଡ଼ କଳ୍ପନା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସିଡବ୍ଲ୍ୟୁସି ଅଧ୍ୟକ୍ଷା ସ୍ୱାଗତିକା ପାତ୍ର, ବରିଷ୍ଠ ଆଇନଜିବୀ ଭୀମସେନ ଭୂୟାଁ ପ୍ରଶିକ୍ଷକ ଭାବେ, ଡିଏସ୍ପି ବବିତା ଦଳାଇ, ଡିସିପିଓ ବିଜୟ କୁମାର ସାହୁ ପ୍ରମୁଖ ଯୋଗଦେଇ ମହିଳାମାନଙ୍କର ଅଧିକାର, ତାଙ୍କର କର୍ତବ୍ୟ, ତାଙ୍କର ଆଇନରେ ଥିବା ଅଧିକାର ସଂପର୍କରେ ସଚେତନତା କରାଇଥିଲେ। ବର୍ତମାନ ବିଶ୍ୱରେ ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ସବୁ ସ୍ତରରେ ମହିଳାମାନେ ନିଜେ ବଂଚିବା ସହ ଅନ୍ୟକୁ ବଂଚାଇ ପାରିବେ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ। ସୁସ୍ଥ ସମାଜ ଗଠନରେ ମହିଳାମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବା ସହ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବେ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲଲାଟେନ୍ଦୁ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପିଓ ସବିତା ସିଂହ, ସୁକାନ୍ତୀ ମହାପାତ୍ର, ମନୋରଞ୍ଜନ ଦାସ, ମମତାର ଡିପିଏ ଶୁଭେନ୍ଦୁ ଦାସ, ଡିସି ସଂଜୟ ପାତ୍ର ପ୍ରମୁଖ ସହଯୋଗ କରିଥିବାବେଳେ ହରପ୍ରିୟା ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande