ଜଙ୍ଗଲରୁ କଲେଜ ଛାତ୍ରୀଙ୍କ ଶବ ଉଦ୍ଧାର ଘଟଣା : ପୀଡ଼ିତାଙ୍କ ପରିବାରକୁ ଭେଟିଲା ବିଜେଡି ଟିମ୍
ଭୁବନ, ୨୦ ମାର୍ଚ୍ଚ (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମର୍ଥାପୂର ଗ୍ରାମର ନାବାଳିକା କଲେଜ ଛାତ୍ରୀ ଅଙ୍କିତା ପ୍ରିୟଦର୍ଶିନୀ ବାରିକଙ୍କ ମୃତଦେହ ସାରୁଆଳି ଜଙ୍ଗଲରୁ ଉଦ୍ଧାର ହେବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । କାମାକ୍ଷାନଗର ଇତିହାସରେ ରେପ୍ ଆଣ୍ଡ ମର୍ଡର ପ୍ରଥ
ଜଙ୍ଗଲରୁ କଲେଜ ଛାତ୍ରୀଙ୍କ ଶବ ଉଦ୍ଧାର ଘଟଣା : ପୀଡ଼ିତାଙ୍କ ପରିବାରକୁ ଭେଟିଲା ବିଜେଡି ଟିମ୍


ଭୁବନ, ୨୦ ମାର୍ଚ୍ଚ (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମର୍ଥାପୂର ଗ୍ରାମର ନାବାଳିକା କଲେଜ ଛାତ୍ରୀ ଅଙ୍କିତା ପ୍ରିୟଦର୍ଶିନୀ ବାରିକଙ୍କ ମୃତଦେହ ସାରୁଆଳି ଜଙ୍ଗଲରୁ ଉଦ୍ଧାର ହେବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । କାମାକ୍ଷାନଗର ଇତିହାସରେ ରେପ୍ ଆଣ୍ଡ ମର୍ଡର ପ୍ରଥମ ଘଟଣା । ପୂର୍ବରୁ କେବେ ଏଭଳି ଘଟଣା ଘଟି ନଥିଲା । ବିଜେପି ସରକାରରେ ଆଇନ ଶୃଙ୍ଖଳା ସମ୍ପୂର୍ଣ ଭୁଶୁଡ଼ି ପଡ଼ିଛି ବୋଲି କହିବା ସହ ବିଜେପି ସରକାରରେ ନାରୀ ବିପଦରେ ବୋଲି ବିଜେଡି ଅଭିଯୋଗ କରିଛି।

ଏହି ସ୍ପର୍ଶକାତର ତଥା ଅମାନବୀୟ ଘଟଣାକୁ ନେଇ ବିଜେଡି ତରଫରୁ ମାର୍ଥାପୂର ଗ୍ରାମକୁ ଯାଇ ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଢେ଼ଙ୍କାନାଳ, ଅନୁଗୁଳ, କଟକ, ଯାଜପୁରକୁ ନେଇ ଗଠିତ ଜୋନ ସଭାନେତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନା ପରିଡ଼ାଙ୍କ ନେତୃତ୍ଵରେ ଢେ଼ଙ୍କାନାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସାଗରିକା ମିଶ୍ର, କାର୍ଯ୍ୟକାରୀ ସଭାନେତ୍ରୀ ଶୁଭଲକ୍ଷ୍ମୀ ସାହୁ, ଉପ ସଭାନେତ୍ରୀ ତିଳୋତ୍ତମା ଚୌଧୁରୀ, ଆନନ୍ଦିତା ମିଶ୍ର, ଉର୍ବଶୀ ମହାପାତ୍ର, ଶ୍ରଦ୍ଧାଞ୍ଜଳି ସାହୁ, ଜ୍ୟୋତ୍ସ୍ନା ମଣ୍ଡଳ, ଭୁବନ ନଗରପାଳ ଶୁଭେନ୍ଦୁ ସାହୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ମର୍ଥାପୁରର ପୂର୍ବତନ ସରପଞ୍ଚ ଅଭିମନ୍ୟୁ ମିଶ୍ର, ଅରୁଣ ମିଶ୍ର, ମୁରଲୀ ମୋହନ ମହାନ୍ତ, ଗଗନ ମହାନ୍ତି,ବଂଶୀଧର ସାହୁ, ମମତା ମହାନ୍ତି, ମର୍ଥାପୁର ସମିତି ସଭ୍ୟା ବିଜୟଲକ୍ଷ୍ମୀ ମାଝୀ ପ୍ରମୁଖ ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଭେଟିଥିଲେ । ପରେ ଜୋନ୍ ସଭାନେତ୍ରୀ ଜ୍ୟୋତ୍ସ୍ନା ପରିଡ଼ା ବିଜେପି ସରକାରରେ ମହିଳା ବିପଦରେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟାରେ ପ୍ରକାଶ କରିବା ସହ ଆସାମୀକୁ ଫାଶୀ ଦଣ୍ଡ ପାଇଁ ଦାବି କରିଥିଲେ । ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଏହି ଅମାନବୀୟ ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଏହାର ବିଧିବଦ୍ଧ ତଦନ୍ତ କରି ଅଭିଯୁକ୍ତ ଆସାମୀକୁ ତୁରନ୍ତ ଗିରଫ କରି କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଛନ୍ତି । ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଘଟଣା ଘଟିବାର ୪୮ ଘଣ୍ଟା ପରେ ମଧ୍ୟ ଅଭିଯୁକ୍ତ ଧରା ନପଡ଼ିବା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି କହିବା ସହ ଆଗାମୀ ଦିନରେ ବିଜେଡି ତରଫରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande