୨ ଦିନିଆ ବାମନଘାଟି ସବ୍ଡିଭିଜନ ବନ୍ଦ ପାଳନର ଆଜି ଦ୍ଵିତୀୟ ଦିନ : ବିଶୋଇ, ବହଳଦା, ତିରିଂ ଅଂଚଳରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ
ବାରିପଦା, ୨୦ ମାର୍ଚ୍ଚ (ହି.ସ.)- ୨ ଦିନିଆ ବାମନଘାଟି ସବ୍ଡିଭିଜନ ବନ୍ଦ ପାଳନର ଦ୍ୱିତୀୟ ଦିନରେ ଆଜି ବିଶୋଇ, ବହଳଦା ଏବଂ ତିରିଂ ଅଂଚଳରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି । ଜାତୀୟ ରାଜପଥ (ଏନଏଚ୍) ୨୨୦ରେ ଭାରୀଯାନ ଚଳାଚଳ ବନ୍ଦ ରହିଛି । ପେଟ୍ରୋଲ ପମ୍ପରେ ମଧ୍ୟ ସେବା ପ୍ରଭାବିତ ହୋଇଛି । ୩ ଦ
୨ ଦିନିଆ ବାମନଘାଟି ସବ୍ଡିଭିଜନ ବନ୍ଦ ପାଳନର ଆଜି ଦ୍ଵିତୀୟ ଦିନ : ବିଶୋଇ, ବହଳଦା, ତିରିଂ ଅଂଚଳରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ


ବାରିପଦା, ୨୦ ମାର୍ଚ୍ଚ (ହି.ସ.)- ୨ ଦିନିଆ ବାମନଘାଟି ସବ୍ଡିଭିଜନ ବନ୍ଦ ପାଳନର ଦ୍ୱିତୀୟ ଦିନରେ ଆଜି ବିଶୋଇ, ବହଳଦା ଏବଂ ତିରିଂ ଅଂଚଳରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି । ଜାତୀୟ ରାଜପଥ (ଏନଏଚ୍) ୨୨୦ରେ ଭାରୀଯାନ ଚଳାଚଳ ବନ୍ଦ ରହିଛି । ପେଟ୍ରୋଲ ପମ୍ପରେ ମଧ୍ୟ ସେବା ପ୍ରଭାବିତ ହୋଇଛି । ୩ ଦଫା ଦାବି ନେଇ ଆଦିବାସୀ ସଂଗଠନ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି । ଗିରଫ ୩୪ ଜଣ ଆଦିବାସୀଙ୍କୁ ଖଲାସ୍ କରିବା ଦାବିରେ ଏହି ବନ୍ଦ ପାଳନ ହୋଇଛି ।

ମୟୂରଭଞ୍ଜ ଜିଲା ତିରିଂ ଥାନା ଅଂଚଳର ଜଣେ ଆଦିବାସୀ ନାବାଳିକା ଅସଦାଚରଣ ମାମଲାରେ ଗତକାଲି ବହଳଦା ଠାରେ ଜାତୀୟ ରାଜପଥ ଅବରୋଧ ବେଳେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଯାହାକୁ ନେଇ ବହଳଦା ତହସିଲଦାରଙ୍କ ଗାଡ଼ି ଭଙ୍ଗାରୁଜା ସହ ଓଲଟାଇ ଦେଇଥିଲେ ଉତ୍ୟେକ୍ତ ଲୋକେ । ଏହି ଘଟଣାରେ ୩୪ଜଣ ଆଦିବାସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ସମସ୍ତ ୩୪ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ଦାବି କରି ମୟୁରଭଞ୍ଜ ଆଦିବାସୀ ଏକତା ମଂଚ ୪୮ଘଂଟିଆ ବାମନଘାଟି ଉପଖଣ୍ଡ ବନ୍ଦ ପାଳନ କରୁଛି ।

ଆଜି ସକାଳୁ ସଂଘର କର୍ମକର୍ତାମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ ସଫଳ କରିଛନ୍ତି । ରାଇରଙ୍ଗପୁର ଦେଇ ଯାଇଥିବା ରାଂଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ ଅବରୋଧ କରାଯିବା ଫଳରେ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି । ସେପଟେ ରାଜପଥ ବନ୍ଦ ଯୋଗୁ ରାଇରଙ୍ଗପୁରରୁ ବାରିପଦାକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଟ୍ରକ୍, ବସ୍, ଚାରି ଚକିଆ ଯାନ, ତିନି ଚକିଆ ଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ବସ୍ ବନ୍ଦ ଯୋଗୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଉପଖଣ୍ଡର ସମସ୍ତ ଦୋକାନ ବଜାର ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ, ସ୍କୁଲ ଏବଂ କଲେଜ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଆଦିବାସୀ ସଂଗଠନ ଗୁଡ଼ିକ ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରାଉଛନ୍ତି । ତେବେ ଏହି ବନ୍ଦକୁ ବିଜୁ ଜନତା ଦଳ (ବିଜେଡି), ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ), କଂଗ୍ରେସ, ଆସେକା, ମାସା ଆର୍ମୀ, ଭଞ୍ଜ ଖେରୁୱାଲ ସମେତ ଅନ୍ୟାନ୍ୟ ଆଦିବାସୀ ସଂଗଠନ ଏହି ବନ୍ଦ ପାଳନକୁ ସମର୍ଥନ କରିବା ସହ ରାଜରାସ୍ତାକୁ ଓହ୍ଲାଇଛନ୍ତି । ତେବେ ପ୍ରଶାସନ ନିଜ ଜିଦ୍ ରେ ଅଡି ବସିଥିବାରୁ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମାସା ଆର୍ମୀର ଅଧ୍ୟକ୍ଷ ଶୁକଲାଲ ମାରାଣ୍ଡି କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande