
ଗଞାମ, ୨୦ ମାର୍ଚ୍ଚ (ହି.ସ.)- କେଂଦ୍ର ସରକାର ଆୟୁଷ୍ମାନ କାର୍ଯ୍ୟକ୍ରମରେ ୭୦ ବର୍ଷ ବୟସ୍କ ବୃଦ୍ଧ ମାନଙ୍କୁ ବୟୋବନଦନା ଆୟୁଷ୍ମାନ ଯୋଜନାର ସାମିଲକରି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଗଂଜାମ ଜିଲା ଶେରଗଡ ସିଏଚସି ର ପିତ୍ତଳ ଅଂଚଳରେ ଜଣେ ବୃଦ୍ଧ ୭୯ ବର୍ଷ ବୟସରେ ଉପନୀତ ହୋଇଥିଲେ ମଧ୍ଧ ତାଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଉନାହିଁ । ଗଞାମ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରି ସଂପୃକ୍ତ ବୃଦ୍ଧଙ୍କୁ ତୁରନ୍ତ ବୟୋବନଦନା କାର୍ଯ୍ୟକ୍ରମରେ ସାମିଲ କରିବାକୁ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ