ଭାଗବତ ଟୁଙ୍ଗିରେ ଗୀତା ଯଜ୍ଞ
କେନ୍ଦୁଝର, 20 ମାର୍ଚ୍ଚ (ହି.ସ.) ଘଟଗାଁ ବ୍ଲକ ଅନ୍ତର୍ଗତ ହଳଧରପୁର ଗ୍ରାମ ଆତ୍ମତତ୍ତ୍ଵ ଦର୍ଶନ ଯୋଗାଶ୍ରମ ଭାଗବତ ଟୁଙ୍ଗିର ଦ୍ୱାଦଶତମ ବାର୍ଷିକୋତ୍ସବ ଆନୁକୁଲ୍ୟରେ ବାର୍ଷିକ ଭାଗବତ ପାରାୟଣ ଉଦଯାପନ ତଥା ଗୀତା ଯଜ୍ଞ ଯଥାବିଧି ଅନୁଷ୍ଠିତ ହୋଇ ଯାଇଛି । କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି
Bhagabat tungi gita jagyan


କେନ୍ଦୁଝର, 20 ମାର୍ଚ୍ଚ (ହି.ସ.) ଘଟଗାଁ ବ୍ଲକ ଅନ୍ତର୍ଗତ ହଳଧରପୁର ଗ୍ରାମ ଆତ୍ମତତ୍ତ୍ଵ ଦର୍ଶନ ଯୋଗାଶ୍ରମ ଭାଗବତ ଟୁଙ୍ଗିର ଦ୍ୱାଦଶତମ ବାର୍ଷିକୋତ୍ସବ ଆନୁକୁଲ୍ୟରେ ବାର୍ଷିକ ଭାଗବତ ପାରାୟଣ ଉଦଯାପନ ତଥା ଗୀତା ଯଜ୍ଞ ଯଥାବିଧି ଅନୁଷ୍ଠିତ ହୋଇ ଯାଇଛି । କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ତଥା ଶ୍ରୀଗୁରୁ ସୋହମ୍ ସ୍ଵାମୀଙ୍କ କୃପା ଭିକ୍ଷୁ ଆଚାର୍ଯ୍ୟ ଦାଶରଥି ପ୍ରଧାନ ଶ୍ରୀମଦ୍ ଆତ୍ମଗୀତା ଓ ଶ୍ରୀ ଶ୍ରୀ ଗୁରୁଦେବଙ୍କ ଷୋଡଶ ଉପଚାର ପୂଜା କରିବା ପରେ ଶ୍ରୀମଦ୍ ଆତ୍ମଗୀତା ତଥା ଭାଗବତ ପାରାୟଣ କରି ବାର୍ଷିକ ଭାଗବତ ପାରାୟଣ ସମ୍ପୂର୍ଣ୍ଣ କରିଥିଲେ। ଆଚାର୍ଯ୍ୟ ଦାଶରଥି ପ୍ରଧାନ ଓ ପଣ୍ଡିତ କାଳନ୍ଦୀ ମିଶ୍ର ଏବଂ ମୁଖ୍ୟ କର୍ତ୍ତା ନୀଳମଣି ବେହେରା ତଥା ତାଙ୍କର ଧର୍ମପତ୍ନୀ ରମାମଣି ବେହେରାଙ୍କ ସହଯୋଗରେ ଶ୍ରୀମଦ୍ ଭଗବଦ୍ ଗୀତା ଯଜ୍ଞ ଯଥାବିଧି ଅନୁଷ୍ଠିତ ହୋଇଥିଲା। ଘଟଗାଁ ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଜୟଦେବ ପଣ୍ଡା, ଉପସଭାପତି ମଦନ ବେଜ, ସମ୍ପାଦକ ମାୟାଧର ବାରିକ ଏବଂ ଭାଗବତ ଟୁଙ୍ଗିର ସଭାପତି କପିଳ ଚନ୍ଦ୍ର ରଣାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ସାନ୍ତରାପୁର ଭାଗବତ ଟୁଙ୍ଗି ଭଜନମଣ୍ଡଳୀ ଭଜନ କୀର୍ତ୍ତନ ପରିବେଷଣ କରିଥିଲେ। ଏଥିରେ ମଧୁସୂଦନ ରଣା,ଦୀନବନ୍ଧୁ ସାହୁ,ନୀଳମଣି ବେହେରା, ଫକୀର ବେଜ, ଲିଙ୍ଗରାଜ ସାହୁ,ଶରତ ଚନ୍ଦ୍ର ରଣା, ନବାତି ରଣା, ଜୁଳ ରଣା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।ଘଟଗାଁ ବ୍ଲକର ଖୁଣ୍ଟାପଡା, ସାନ୍ତରାପୁର , କୋଳିପଶି,କୁଣ୍ଡାପିଠା,ଟାଙ୍ଗରତଳିଆଦି ଟୁଙ୍ଗିର ଭକ୍ତ ମାନଙ୍କ ସମାବେଶରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande