ଜଟଣୀ ବାସୀଙ୍କ ପାଇଁ 18 କୋଟିର ପାନୀୟ ଜଳ ପ୍ରକଳ୍ପ ଉପହାର ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କଲେ ଭୁବନେଶ୍ବର ସାଂସଦ ଅପରାଜିତା
ଭୁବନେଶ୍ଵର ୨୦ ମାର୍ଚ୍ଚ (ହି.ସ)- ଜଟଣୀ ପୌର ପରିଷଦ ଜନତାଙ୍କୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବଡ଼ ପ୍ରକଳ୍ପ ଉପହାର । ଆଜି ଜଟଣୀ 7 ନମ୍ବର ଓ୍ବାର୍ଡର ରାମଚନ୍ଦ୍ରପୁର ଠାରେ ପୁରୁଣା ପିଏଚଡି ପଡିଆରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରାୟ 18 କୋଟିର ଏକ ବୃହତ ପାନୀୟ ଜଳ ପ୍ରକଳ୍ପର
ଜଟଣୀ ବାସୀଙ୍କ ପାଇଁ 18 କୋଟିର ପାନୀୟ ଜଳ ପ୍ରକଳ୍ପ ଉପହାର ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କଲେ ଭୁବନେଶ୍ବର ସାଂସଦ ଅପରାଜିତା


ଭୁବନେଶ୍ଵର ୨୦ ମାର୍ଚ୍ଚ (ହି.ସ)- ଜଟଣୀ ପୌର ପରିଷଦ ଜନତାଙ୍କୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବଡ଼ ପ୍ରକଳ୍ପ ଉପହାର । ଆଜି ଜଟଣୀ 7 ନମ୍ବର ଓ୍ବାର୍ଡର ରାମଚନ୍ଦ୍ରପୁର ଠାରେ ପୁରୁଣା ପିଏଚଡି ପଡିଆରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରାୟ 18 କୋଟିର ଏକ ବୃହତ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଜଟଣୀବାସୀଙ୍କ ପାଇଁ ଏହି ପ୍ରକଳ୍ପ ଭୁବନେଶ୍ବର ସାଂସଦଙ୍କର ବହୁ ଦିନର ସ୍ବପ୍ନର ପ୍ରକଳ୍ପ ରହିଥିଲା । ପାନୀୟ ଜଳ ସମସ୍ୟା ଦୂର କରିବାକୁ ବର୍ଷ ବର୍ଷ ଧରି ଜଟଣୀ ପୌରପରିଷଦ ଜନତା ଦାବି କରି ଆସୁଥିଲେ । ଏନେଇ ନିଜେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପଦକ୍ଷେପ ନେବାକୁ ଯାଇ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ପାନୀୟ ଜଳ ପ୍ରକଳ୍ପର ମୋଟ୍ ବ୍ୟୟ ଅଟକଳ ପ୍ରାୟ 18 କୋଟି ଟଙ୍କା ଧାର୍ଯ୍ୟ ହୋଇଛି । 2027 ମାର୍ଚ୍ଚ ସୁଦ୍ଧା ଏହି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଯିବ ବୋଲି କହିଛନ୍ତି ଭୁବନେଶ୍ବର ସାଂସଦ । ଏହା ପୁରା ହେଲେ 8 ହଜାର 143 ଘରକୁ ସ୍ବଚ୍ଛ ପିଇବା ପାଣି ଯିବ । 80 ହଜାର ଲୋକଙ୍କ ଜଳ ଆବଶ୍ୟକତା ମେଣ୍ଟାଇବ ଏହି ନୂତନ ଜଳ ପ୍ରକଳ୍ପ ।

ଏହି ଅବସରେ ଭୁବନେଶ୍ବର ସାଂସଦ କହିଛନ୍ତି ଜଟଣୀର 23ଟି ଓ୍ବାର୍ଡର ସର୍ବାଙ୍ଗୀନ ବିକାଶ କରାଯିବ । 2024 ମସିହା ପ୍ରଚାର ସମୟରେ ଲୋକ ଅନୁରୋଧ କରିଥିଲେ ଲୋକଙ୍କ ଜଳ ସମସ୍ୟା ଦୂର କରିବାକୁ । ସେତେବେଳେ ଦେଇଥିବା କଥା ରଖିଛନ୍ତି ଭୁବନେଶ୍ବର ସାଂସଦ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଶେଷ ଧନ୍ୟବାଦ ଦେଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । 24 ଘଣ୍ଟିଆ ଜଳ ଯୋଗାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ସାଂସଦ ମହୋଦୟା । ଏନେଇ ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀ ପୁରା ସହଯୋଗ କରିଥିବାରୁ ଭୁବନେଶ୍ବର ସାଂସଦଙ୍କ ପ୍ରତିଶ୍ରୁତି ପୂରଣ ହୋଇ ପାରିଛି ବୋଲି କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଜଟଣୀ ପୌର ପରିଷଦରେ ମୋଟ୍ 72900ଟି ଘର ରହିଛି । ମୋଟ୍ ଓ୍ବାର୍ଡ ସଂଖ୍ୟା 23 ରହିଥିବା ବେଳେ ମୋଟ୍ ପାନୀୟ ଜଳ ସଂଯୋଗ ହୋଇଥିବା ଘର ସଂଖ୍ୟା 7643ଟି ରହିଛି । ଏହି ସଂଖ୍ୟା ହିଁ ସ୍ପଷ୍ଟ କରୁଛି, ଜଟଣୀ ପୌର ପରିଷଦର ବହୁ କମ୍ ସଂଖ୍ୟକ ଘରକୁ ଓ୍ବାଟକୋ ଜରିଆରେ ଜଳ ଯୋଗାଣ କରାଯାଉଛି । କିନ୍ତୁ ଓ୍ବାଟକୋର ଜଳ ସଂଯୋଗରୁ ବଂଚିତ ଥିବା ପ୍ରାୟ 80 ହଜାର ଲୋକଙ୍କ ପାଇଁ ଏ ପାନୀୟ ଜଳ ପ୍ରକଳ୍ପ ଆଶ୍ବସ୍ତି ଆଣିଦେବ । ସ୍ବଚ୍ଛ ପାନୀୟ ଜଳ ସଂଯୋଗରୁ ବଂଚିତ ଥିବା ଏହି ବର୍ଗର ଲୋକଙ୍କ ପାଇଁ ବଡ ଆଶା ପୂରଣ କରିବ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ବାରା ଶିଳାନ୍ୟାସ ହୋଇଥିବା ଏହି ଜଳ ପ୍ରକଳ୍ପ । ସବୁଠାରୁ ବଡ଼ କଥା, ପ୍ରତିବର୍ଷ ଖରା ଦିନରେ ଏହି ଲୋକଙ୍କର ଜଳ ସମସ୍ୟା ଅଧିକ ରହିଥାଏ । ତେବେ ଶିଳାନ୍ୟାସ ହୋଇଥିବା ଏହି ପାନୀୟ ଜଳ ପ୍ରକଳ୍ପ ଜରିଆରେ ଲୋକଙ୍କ 24 ଘଣ୍ଟିଆ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଜଳଯୋଗାଣ ମିଳିବ । 2027 ଫେବ୍ରୁଆରୀ ମାସରୁ ଜଟଣୀ ପୌର ପରିଷଦ ଲୋକଙ୍କର ଜଳ ସମସ୍ୟା ଏକ ପ୍ରକାର ଦୂର ହୋଇଯିବ ବୋଲି ଆଶା ଦେଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଜଳ ପ୍ରକଳ୍ପର ଶିଳାନ୍ୟାସ ସମୟରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ବିକାଶର କୌଣସି ଦଳ ବା ବର୍ଗ ନଥାଏ । ସେ ସବୁବେଳେ ଜଟଣୀ ବାସୀଙ୍କ ବିକାଶ ନେଇ ଉପସ୍ଥିତ ଅଛନ୍ତି । ବର୍ଷ ବର୍ଷ ଧରି ରହିଥିବା ସବୁ ସମସ୍ୟାକୁ ଡବଲ ଇଂଜିନ୍ ସରକାର ସମାଧାନ କରୁଛନ୍ତି । ଅନ୍ୟପଟେ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେବାକୁ ଯାଉଥିବାରୁ ଜଟଣୀ ବାସୀ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯାହା 25 ବର୍ଷର ନବୀନ ସରକାରରେ ହୋଇପାରିନଥିଲା, ତାହା ଏହି ଡବଲ ଇଂଜିନ ସରକାରରେ ପୂରଣ ହୋଇପାରିଥିବାରୁ ଭୁବନେଶ୍ବର ସାଂସଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜଟଣୀବାସୀ ।

ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହିତ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ବିଶ୍ବ ରଂଜନ ବଡଜେନା, ଓ୍ବାଟକୋ ଜିଏମ ରାଜେନ୍ଦ୍ର ସେଠୀ, ସାଂସଦଙ୍କ ପ୍ରତିନିଧି ସତୀଶ ବାବୁ, ବାସୁଦେବ ବାବୁ ଏବଂ ଅନନ୍ତ କୁମାର ବେହେରା, ଜଟଣୀ ପୌର ପରିଷଦ ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ରହିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande