
ବଲାଙ୍ଗିର, ୨୦ ମାର୍ଚ୍ଚ (ହି.ସ.)- ଆଜି ଭୋର ୪ଟା ୩୦ରେ ବଲାଙ୍ଗିର ରୁଗୁଡ଼ି ପଡା ନିବାସୀ ବିଜୟ କୁମାର ମହାନ୍ତି (୭୦)ଙ୍କ ବଲାଙ୍ଗିର ସ୍ଵରାଜ ହସ୍ପିଟାଲରେ ପରଲୋକ ହୋଇଯାଇଛି। ସ୍ଵର୍ଗତ ମହାନ୍ତି ଉତ୍କଳ ଗ୍ରାମୀଣ ବ୍ଯାଙ୍କରେ ବରିଷ୍ଠ ଶାଖା ପରିଚାଳକ ଭାବରେ ୨୦୧୬ ଜୁଲାଇ ମାସରେ ଅବସରଗ୍ରହଣ କରିଥିଲେ। ତାଙ୍କର ବିଧବା ପତ୍ନୀ ଓ ଗୋଟିଏ ମାତ୍ର ପୁତ୍ର ବିଶ୍ଵ ବନ୍ଦିତ ମହାନ୍ତି (ଗୋପୁଲ) ପାଟଣାଗଡ଼ ଷ୍ଟେଟ୍ ବ୍ଯାଙ୍କ ଅଫ୍ ଇଣ୍ଡିଆରେ ପରିଚାଳକ ରୂପେ କାମ କରୁଛନ୍ତି। ମୃତ୍ୟୁ ପୂର୍ବରୁ ସ୍ଵର୍ଗତ ମହାନ୍ତି ଦୀର୍ଘ ଦିନ ହେଲା ଅସୁସ୍ଥ ରହି ଚିକିତ୍ସାଧିନ ଥିଲେ। ଆଜି ତାଙ୍କର ମୃତ୍ୟୁ ଖବର ତାଙ୍କର ବନ୍ଧୁ ପରିଜନ ସମ୍ପର୍କୀୟଙ୍କୁ ବ୍ୟଥିତ କରିଛି। ଦିନ ୧୧ଟା ବେଳେ ସ୍ଥାନୀୟ ବିଭୂତି ପଡା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁତ୍ର ଗୋପୁଲ ମୁଖାଗ୍ନି ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ