
ଗଞ୍ଜାମ, ୨୦ ମାର୍ଚ୍ଚ (ହି.ସ.)- ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପିତଳ ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସକାଳେ ପିତଳର ଜନୈକା ଛାତ୍ରୀ ତଥା ବିଭୂ ପ୍ରଧାନଙ୍କ କନ୍ୟା ବର୍ଷା ପ୍ରଧାନ (୧୯) ଵସ୍ ଧରିଵାକୁ ପିତଳ ଛକରେ ଅପେକ୍ଷା କରିଥିବା ବେଳେ ଜଣେ ଯୁବକ ଦୃତଗତିରେ ବାଇକ୍ ନେଇ ଆସି ବର୍ଷାକୁ ଧକ୍କା ଦେଇଥିଲା। ଉଭୟ ବର୍ଷା ଓ ବାଇକ୍ ଚାଳକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ବର୍ଷାକୁ ଚିକିତ୍ସା ପାଇଁ ବ୍ରହ୍ମପୁର ଡାକ୍ତରଖାନାକୁ ନେଵାବେଳେ ରାସ୍ତାରେ ତା'ର ମୃତ୍ୟୁ ଘଟିଛି। ଗୁରୁତର ଯୁବକକୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଡାକ୍ତରଖାନାକୁ ପଠାଯାଇଛି। ହିଞ୍ଜିଳିକାଟୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ