ବାଂଶପାଳ ବ୍ଲକର ବିନିଦା ଘାଟି ରାସ୍ତା ଶୋଚନୀୟ
କେନ୍ଦୁଝର,୨୦ ମାର୍ଚ୍ଚ(ହି.ସ.) – ବାଂଶପାଳ ବ୍ଲକ ଅନ୍ତର୍ଗତ ବିନିଦା ଘାଟି ରାସ୍ତାଟିର ମରାମତି ଅଭାବରୁ ଏହି ରାସ୍ତାଟି ଦିନକୁ ଦିନ ଶୋଚନୀୟ ହୋଇପଡ଼ୁଥିବା ଜଣାପଡିଛି। ମିଳିଥିବା ସୂଚନାରୁ ପ୍ରକାଶ ଯେ, ଏହିରାସ୍ତାଟି ରାଇସୁଆଁ ଠାରୁ ଅଁରା- ଶ୍ରୀମେଟାଲିକ୍ - ଫୁଲଝର ପର୍ଯ୍ୟନ୍ତ ସଂଯୋଗ କରୁଥିବା ବେଳେ ଏ
Bindia Ghat road


କେନ୍ଦୁଝର,୨୦ ମାର୍ଚ୍ଚ(ହି.ସ.) – ବାଂଶପାଳ ବ୍ଲକ ଅନ୍ତର୍ଗତ ବିନିଦା ଘାଟି ରାସ୍ତାଟିର ମରାମତି ଅଭାବରୁ ଏହି ରାସ୍ତାଟି ଦିନକୁ ଦିନ ଶୋଚନୀୟ ହୋଇପଡ଼ୁଥିବା ଜଣାପଡିଛି। ମିଳିଥିବା ସୂଚନାରୁ ପ୍ରକାଶ ଯେ, ଏହିରାସ୍ତାଟି ରାଇସୁଆଁ ଠାରୁ ଅଁରା- ଶ୍ରୀମେଟାଲିକ୍ - ଫୁଲଝର ପର୍ଯ୍ୟନ୍ତ ସଂଯୋଗ କରୁଥିବା ବେଳେ ଏହି ରାସ୍ତାରେ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଗାଡ଼ି ଯାତାୟାତ କରୁଛନ୍ତି। ଟ୍ରକଠୁ ଆରମ୍ଭ କରି ବାଇକ୍ ପର୍ଯ୍ୟନ୍ତ ବହୁତ୍ ଭାରି ଯାନ ମଧ୍ୟ ଯାତାୟାତ କରୁଥିବା ବେଳେ ରାସ୍ତାର ପାର୍ଶରେ ପଥର ମଧ୍ୟ ଖସିବା ଅବସ୍ଥାରେ ରହି ବିପଦ ଜନକ ପରିସ୍ଥିତି ଉପୁଜିଥିବା ନିକଟସ୍ତ ଅଂଚଳ ଯୁବକପଙ୍କଜ ବାରିକ୍ ଅଭିଯୋଗ କହିଛନ୍ତି। ଏଭଳି ବିପଦ ଜନକ ଅବସ୍ଥା ରେ ଥିବା ରାସ୍ତା ବିନିଦା ଘାଟି ଠାରୁ ରାଇସୁଆଁ ଯିବା ରାସ୍ତାଟି ଖାଲି ମେଟାଲ ପକାଇ କାମ ସାରିଦେଉ ଥିବାରୁ ଉକ୍ତ ରାସ୍ତା ଚିପ୍ସ, ମେଟାଲ ଉପରକୁ ବାହାରି ଆହୁରି କଦର୍ଯ୍ୟମୟ ଓ ଦୁର୍ଘଟଣା କାରଣ ହୋଇପଡ଼ିଥିବା ଜଣାପଡ଼ିଛି। ତେଣୁ ଉକ୍ତ ବିନିଦା ଘାଟି ଠାରୁ ରାଇସୁଆଁ ଯିବା ପର୍ଯ୍ୟନ୍ତ ରାସ୍ତାଟିର ମରାମତି ସ୍ଥାନିୟ ଅଂଚଳର ଅଧିବାସୀମାନେ ଦୃଢ ଦାବି କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande